ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ସରିଛି । ଦୀର୍ଘ ୨୭ ବର୍ଷ ପରେ ପୂର୍ଣ୍ଣ ବହୁମତ ସହିତ ସରକାର ଗଢ଼ିବାକୁ ଯାଉଛି ବିଜେପି । ଅନ୍ୟପକ୍ଷରେ କ୍ଷମତା ଚ୍ୟୁତ ହୋଇଥିବା ଆମ୍ ଆଦମୀ ପାର୍ଟୀକୁ ବଡ଼ ଝଟକା ଲାଗିଛି । ଜନତାଙ୍କ ଜନାଦେଶକୁ ସମ୍ମାନ ଜଣାଉଛୁ ବୋଲି ବୈଠକ ପରେ କହିଛନ୍ତି ଆତିଶୀ ମାର୍ଲେନା ।
ରବିବାର ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବାସଭବନରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କେଜ୍ରିୱାଲ ନବ ନିର୍ବାଚିତ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି । ବୈଠକ ପରେ ଆତିଶୀ କହିଛନ୍ତି ଯେ ଦଳର ମୁଖିଆ ବିଧାୟକଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସେବା କରିବା ଏବଂ ତାଙ୍କର ସମସ୍ୟାର ସମାଧାନ କରିବା ଆମର ଦାୟିତ୍ୱ ରହିବ । ଏହା ସହିତ ବିରୋଧୀ ଦଳ ହିସାବରେ ନିଜର ଭୂମିକା ସୂଚାରୁରୂପେ ତୁଲାଇବ । ସେହିପରି ବିଜେପି ଦେଇ ପ୍ରତିଶ୍ରୁତି କିପରି ପୂରଣ ହେବ ସେ ନେଇ ଆପ୍ ଦଳ କାର୍ଯ୍ୟ କରିବ । ମହିଳାଙ୍କ 2500 ହଜାର ଟଙ୍କା ମାର୍ଚ୍ଚ 8 ସୁଦ୍ଧା ବିଜେପି କିପରି ଦେବ ଆମ୍ ଆଦମୀ ପାର୍ଟୀ ସୁନିଶ୍ଚିତ କରିବ ।
ଦଳର ପରାଜୟ ନେଇ ଆତିଶୀ ଦିଲ୍ଲୀର ଜନାଦେଶକୁ ସମ୍ମାନ କରିବା ସହିତ ବିଜେପି ଉପରେ ବର୍ଷିଛନ୍ତି । ଏହି ନିର୍ବାଚନରେ ଏତେ ଗୁଣ୍ଡାଗିରି ହୋଇଥିଲା ଯେ ଦିଲ୍ଲୀର ଇତିହାସରେ ଏପରି ନିର୍ବାଚନ କେବେ ହୋଇନଥିଲା। ଯେଉଁଠାରେ ଖୋଲାଖୋଲି ଟଙ୍କା ବଣ୍ଟନ କରାଯାଉଥିଲା, ସେଠାରେ ମଦ ଖୋଲାଖୋଲି ବଣ୍ଟନ କରାଯାଉଥିଲା। ପୋଲିସ ଖୋଲାଖୋଲି ଭାବରେ ଖାଦ୍ୟ ବଣ୍ଟନ କରୁଥିଲା ଏବଂ ଯେଉଁମାନେ ଏହା ବିଷୟରେ ଅଭିଯୋଗ କରୁଥିଲେ ସେମାନଙ୍କୁ ଜେଲରେ ପକାଉଥିଲା, କିନ୍ତୁ ଆମେ ଦିଲ୍ଲୀବାସୀଙ୍କ ଜନାଦେଶକୁ ଗ୍ରହଣ କରୁଛୁ ଏବଂ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବୁ।"