ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି କମ୍ପୁଛି । ପୁଣି ଥରେ ନୂଆପଡ଼ା ଯିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୭ରେ ପୁଣି ଥରେ ଖରିଆର ରୋଡ୍ ଓ ନୂଆପଡ଼ା ବ୍ଲକରେ ପ୍ରଚାର କରିବେ ନବୀନ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କରିବେ ପ୍ରଚାର । ଏ ନେଇ ଏକ ଭିଡ଼ିଓ ବାର୍ତ୍ତାରେ ନବୀନ ସୂଚନା ଦେଇଛନ୍ତି । ଲୋକଙ୍କ ସହ ମିଶିବେ ଏବଂ କଥା ହେବେ ବୋଲି ନବୀନ ଭିଡିଓ ବାର୍ତ୍ତାରେ କହିଛନ୍ତି। ସେହିପରି କୋମନା ଗସ୍ତରେ ବିପୁଳ ସମର୍ଥନ ପାଇଁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଗତ ନଭେମ୍ବର ୩ ତାରିଖରେ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ପ୍ରଚାର କରିଥିଲେ । ବିଜେପି ଉପରେ ଖୁବ ବର୍ଷିଥିଲେ । ପ୍ରାର୍ଥୀ ଚୋରିଠାରୁ ନେଇ ବେଇମାନ ପର୍ଯ୍ୟନ୍ତ ଅନେକ ଅଭିଯୋଗ ଆଣିଥିଲେ ।