କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କରୋନା
Khabar Odisha:Union-Parliamentary-Affairs-Minister-Prahlad-joshi-tested-corona-positive
ନୂଆଦିଲ୍ଲୀ, ଅକ୍ଟୋବର ୦୮ (ଖବର ଓଡ଼ିଶା):

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ବୁଧବାର ଦିନ ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ତାଙ୍କ ନିକଟରେ କରୋନା ଜନିିତ କୌଣସି ଲକ୍ଷଣ ନାହିଁ । ସେ ଏବେ ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି । ଗତ କିଛି ସପ୍ତାହ ଭିତରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା କର୍ଣ୍ଣାଟକର କିଛି ତୁଙ୍ଗ ରାଜନେତାଙ୍କ ଭିତରେ ଏବେ ଯୋଶୀ ସାମିଲ ହୋଇଛନ୍ତି । ସେ କର୍ଣ୍ଣାଟକର ଧାରୱାଡ ନିର୍ବାଚନମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

  • Tags:

Subscribe

National International State Sports Entertainment