୧୦୭ ପୌର ପରିଷଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କଲେ ରାଜ୍ୟ ସରକାର ଭୁବନେଶ୍ୱର, ଜାନୁଆରୀ ୧୫(ଖବର ଓଡ଼ିଶା): Share story: ଆଉ ଗୋଟିଏ ମାସ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏବେ ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୦୭ ପୌର ପରିଷଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହି ସଂରକ୍ଷଣ ତାଲିକା ନେଇ ଯଦି କୌଣସି ଅଭିଯୋଗ ରହିଥିବ ତେବେ ୧୫ ଦିନ ମଧ୍ୟରେ ଅଭିଯୋଗ କରିବାକୁ କୁହାଯାଇଛି । ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିପାରିବେ। ଗତ ଶୀତକାଳିନ ବିଧାନସଭା ଅଧିବେଶନରେ ୨୦୨୧ ରେ ଓଡିଶା ମ୍ୟୁନିସିପାଲିଟି ଆଇନ ସଂଶୋଧନ ବିଲ୍ ପାରିତ କରି ୫୦% ରେ ସଂରକ୍ଷଣକୁ ସଂରକ୍ଷଣ କରିଛନ୍ତି। ସେହିପରି ଓଡ଼ିଶା ପଞ୍ଚାୟତ ଆଇନ ବିଲ୍, ୨୦୨୧, ମଧ୍ୟ ପାସ୍ କରିଥିଲେ। ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଛନ୍ତି। ମାର୍ଚ୍ଚ ମାସରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଫେବୃଆରି ମାସ ଶେଷ ସୁଦ୍ଧା ପଞ୍ଚାୟତ ସ୍ତରର ନିର୍ବାଚନ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ବାଚନ କମିଶନ। ଖବର ଓଡ଼ିଶା, Reporter, 15/01/2022