ଆସନ୍ତା ମେ'୨୮ରେ ଉଦଘାଟିତ ହେବ ନୂତନ ସଂସଦ ଭବନ
Khabar Odisha:The-photo-of-the-invitation-letter-of-the-new-Parliament-building-which-will-come-up-on-May-28-has-come-out-today
Khabar Odisha:23/5/2023

ଆସନ୍ତା ମେ' ୨୮ ତାରିଖ ଦିନ ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନର ଉଦଘାଟନ କରିବେ। ଏଥିପାଇଁ ବିଧିବଦ୍ଧ ଭାବେ ସକାଳୁ ପୂଜାପାଠ ଆରମ୍ଭ କରାଯିବ । ଏହି ନୂତନ ସଂସଦ ଭବନର ନିର୍ମାଣ ପାଇଁ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ଭବନରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହାର ହଲରେ ୧୨୨୪ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ନୂଆ ସଂସଦ ଭବନର ଉଦଘାଟନ ନିମନ୍ତେ ଆଜି ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ମେ ୨୮ ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନୂଆସଂସଦ ଭବନର ଉଦଘାଟନ କରିବେ । କାର୍ଡରେ ନୂଆ ସଂସଦ ଭବନର ଫଟୋଚିତ୍ର ମଧ୍ୟ ରହିଛି । ଏଥିସହ ସମସ୍ତ ଅତିଥିଙ୍କୁ କୁହାଯାଇଛି ଯେ ସେମାନେ ୧୧.୩୦ ସୁଦ୍ଧା କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବେ । ୨୦୧୯ ଅଗଷ୍ଟ ୧୫ ତାରିଖରେ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ  କେନ୍ଦ୍ର ସରକାର ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ଏହା ପରେ ୨୦୨୦ ଡିସେମ୍ବର ୧୦ତାରିଖରେ ନୂଆ ସଂସଦ ଭବନର ଆଧାର ରଖାଯାଇଥିଲା ଏହାର ନିର୍ମାଣ କାମର ଟେଣ୍ଡର ଟାଟା ପ୍ରୋଜେକ୍ଟକୁ ଦିଆଯାଇଥିଲା । ପ୍ରଥମେ ଏହାର ନିର୍ମାଣ ଖର୍ଚ୍ଚ ୮୬୧ କୋଟି ରହିଥିଲା । ତେବେ ପରେ ଏହାକୁ ବଢାଇ ୧୨ ଶହ କୋଟି କରାଯାଇଥିଲା । 

 

Subscribe

National International State Sports Entertainment