ଆଜି ଆରମ୍ଭ ହୋଇଛି ରାଜ୍ୟ କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ୱାର ଖୋଲିବା ଭଳି ବ୍ୟାପକ ଦାବି ନେଇ କଂଗ୍ରେସର ତୁଳସୀ ଯାତ୍ରା । ଘରୁ ଘରୁ ସଂଗ୍ରହ ହେଲା ତୁଳସୀ ସଂଗ୍ରହ ହୋଇ ଏହି ଯାତ୍ରା ଆରମ୍ଭ ହୋଇଛି । ୩୧୪ ବ୍ଲକ୍ ରୁ ତୁଳସୀ ପତ୍ର ସଂଗ୍ରହ କରାଯାଇ କଂଗ୍ରେସ ନେତା ଓ କର୍ମୀ ଭୁବନେଶ୍ୱର କଂଗ୍ରେସ ଭବନରେ ଏକାଠି ହେବାପରେ କଂଗ୍ରେସ ଭବନରୁ ତୁଳସୀ ନେଇ ପୁରୀ ଯାଇଛନ୍ତି କଂଗ୍ରେସ ନେତା । ଏହାପରେ ସଂଗୃହିତ ତୁଳସୀକୁ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଚାଲି ଚାଲି ଯାଇ ତୁଳସୀ ଅର୍ପଣ କରାଯାଇଛି । ‘ତୁଳସୀ ଯାତ୍ରା’ରେ ସାମିଲ ଅଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ବିଜୟ ପଟ୍ଟନାୟକ ସାମିଲ ଅଛନ୍ତି ।
ଆଜି ୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ଏହି ତୁଳସୀ ଯାତ୍ରା କରିଛି କଂଗ୍ରେସ । ଶ୍ରୀମନ୍ଦିରକୁ ନେଇ ନିଜ ଦାବି ସମ୍ପର୍କରେ ପୁଣିଥରେ ରାଜ୍ୟ ସରକାରଙ୍କୁ ମନେ ପକାଇଛି କଂଗ୍ରେସ । ସେଥିପାଇଁ ରାଜ୍ୟର ସବୁ ଅଞ୍ଚଳରୁ ସଂଗୃହିତ ତୁଳସୀ ନେଇ ଶ୍ରୀକ୍ଷେତ୍ରକୁ ପ୍ରଦେଶ କଂଗ୍ରେସ ଏହି ତୁଳସୀ ଯାତ୍ରା କରିଛି । ରତ୍ନଭଣ୍ଡାର ଖୋଲିବା , ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମିକୁ ଫେରସ୍ତ ଓ ଭୂମିହୀନ ସେବାୟତଙ୍କୁ ଭୂମି ଦେବା ଆଦି ବିଭିନ୍ନ ଦାବିକୁ ନେଇ କଂଗ୍ରେସ ପକ୍ଷରୁ ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଆନ୍ଦୋଳନ କରାଯାଇଥିଲା । କଂଗ୍ରେସର ଦାବି ରହିଛି ୪ ଦ୍ୱାର ବନ୍ଦ ରହିବା ଫଳରେ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବା ଫଳରେ କେତେକ ଭକ୍ତ ବେହୋସ ହୋଇଯାଉଛନ୍ତି । ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ଓ ରାଜ୍ୟସରକାର ଏହାର ଫଳ ଭୋଗିବେ ବୋଲି ଦଳପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ :- ବିଜେପି ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ