ପିପିଲି ପ୍ରଚାର ତାତି, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି
Khabar Odisha:State-BJP-president-Sameer-Mohanty-targeted-the-chief-minister-Naveen-Patnaik

ପିପିଲି, ଏପ୍ରିଲ ୧୩ (ଖବର ଓଡ଼ିଶା): ଆଉ ମାତ୍ର ୩ ଦିନ ପରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି ଏବଂ ଏବେ ପିପିଲି ରେ ଉପନିର୍ବାଚନକୁ ନେଇ ବଢିଛି ପ୍ରଚାର ତାତି । ତିନି ଦଳର ହେଭି ୱେଟ୍ ନେତା ମାନେ ପ୍ରଚାର ମଇଦାନ କୁ ଓହ୍ଲାଇଥିବା ବେଳେ ଗତ କାଲି ବିଜେଡ଼ି ସୁପ୍ରିମୋ ମଧ୍ୟ ଦଳ ପାଇଁ ଭୋଟ୍ ମାଗିବାକୁ ଭିଡିଓ କନଫରେନ୍ସିଙ୍ଗ ଜରିଆଡେ ପିପିଲିର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ଏବଂ ପୂର୍ବ ଅନୁମାନ ଅନୁଯାଇ ପିପିଲି ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଏବେ ସବୁଠାରୁ ବଡ଼ ସମାଲୋଚନାର ପ୍ରସଙ୍ଗ ହୋଇଛି ବିରୋଧିଙ୍କ ପାଇଁ ।

ପୂର୍ବରୁ ମଧ୍ୟ ପ୍ରତିଟି ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ସେହି ସବୁ ସ୍ଥାନରେ ପ୍ରଚାର କରି ସେହି ଅଞ୍ଚଳର ଦାୟିତ୍ୱ ନେଇଛନ୍ତି ହେଲେ ସେହି ସବୁ ସ୍ଥାନରେ ବିକାଶ ଚିତ୍ର ଏବେବି ବିକଳ । ତେବେ କାଲି ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ୟୁଆଲ ରାଲି ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟ କରି ୫ ଟି ପ୍ରଶ୍ନ ପଚାରିଛନ୍ତି ସମୀର ମହାନ୍ତି ।

ପ୍ରଶ୍ନ ନଂ ୧ - କାହିଁକି ଏପର୍ଯ୍ୟନ୍ତ ପିପିଲି ବାସୀଙ୍କୁ ଫୋନି ସହାୟତା ମିଳିପାରିନି? କେନ୍ଦ୍ରରୁ ସହାୟତା ରାଶି ଆସିଥିଲେ ସୁଦ୍ଧା କାହିଁକି ଏବେବି ପଲିଥିନ ତଳେ କଟୁଛି ପିପିଲି ବାସୀଙ୍କ ଜୀବନ ।

ପ୍ରଶ୍ନ ନଂ ୨ - ଯଦି ମୁଖ୍ୟମନ୍ତ୍ରୀ ଏବେ ପିପିଲି ର ଦାୟିତ୍ୱ ନେଲେ ତାହାଲେ ତାଙ୍କ ପୂର୍ବରୁ ପିପିଲି ବିକାଶର ଦାୟିତ୍ୱ କାହାର ଥିଲା? ତାହା ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ ।

ପ୍ରଶ୍ନ ନଂ ୩ - ପିପିଲିର ବହୁ ଚର୍ଚ୍ଚିତ ଦଳିତ ଝିଅ ବେବିନା ଓ ଇତିଶ୍ରୀଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଛି କି?

ପ୍ରଶ୍ନ ନଂ ୪ - ପିପିଲିରେ କାହିଁକି ବଡୁଛି ହିଂସା?

ପ୍ରଶ୍ନ ନଂ ୫ - ଅନେକ ହିଂସା କାଣ୍ଡ ସହିତ ଜଡିତ ଓ ପଳାତକ ଘୋଷଣା ହୋଇଥିବା ଧିରେନ୍ଦ୍ର ସାମନ୍ତରାୟ ଓ ରାଜାଙ୍କୁ ନବୀନ ନିବାସରେ ଭେଟି ମୁଖ୍ୟମନ୍ତ୍ରୀ ନିଜେ ହିଂସା କୁ ପ୍ରୋତ୍ସାହନ ଦେଉ ନାହାନ୍ତି କି?

ଏହି ୫ଟି ପ୍ରଶ୍ନ କରି ଏବେ ବିଜେପି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଘେରିବା ସହିତ ଅତି ଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ସମୀର ମହାନ୍ତି ।

  • Tags:

Subscribe

National International State Sports Entertainment