କଟକ: ରାଜ୍ୟ କଂଗ୍ରେସରେ କନ୍ଦଳ ମଝିରେ ମଝିରେ ସାମ୍ନାକୁ ଆସିବା ଦଳକୁ ହରଡଘଣାରେ ପକାଉଛି । ନିକଟରେ ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ପୂରା ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ଏେବେ ପୁଣି ଥରେ ଭକ୍ତ ଓ ମୋକିମଙ୍କ ଝିଅ ସୋଫିଆଙ୍କ ମଧ୍ୟରେ ସବୁ କିଛି ଠିକ୍ ନ ଥିବା ଜଣା ପଡିଛି । କାରଣ କଟକର ଜଣେ ନେତାଙ୍କୁ ଦଳରେ ସାମିଲ୍ କରାଗଲା କିନ୍ତୁ ସୋଫିଆଙ୍କ ପାଖରେ କିଛି ଖବର ନ ଥିଲା । ଏହାକୁ ନେଇ ସୋଫିଆ ଫିର୍ଦ୍ଦୋଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
କଂଗ୍ରେସରେ ବିଶ୍ୱଜିତ ମହାନ୍ତି ଯୋଗ ଦେବା ପ୍ରସଙ୍ଗରେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଶ ପରୋକ୍ଷରେ ଅସନ୍ତୋଷ ଝାଡିଛନ୍ତି । ସେ କହିଛନ୍ତି ବିଶ୍ୱଜିତ ଦଳରେ ଯୋଗ ଦେବା ବିଷୟରେ ତାଙ୍କୁ କିଛି ଅବଗତ କରାଯାଇ ନ ଥିଲା । କଟକରେ ଜଣେ ନେତା କଂଗ୍ରେସରେ ଯୋଗ ଦେଲେ , ମୁଁ ଜାଣି ନ ଥିଲି । ସୋସିଆଲ ମିଡିଆରୁ ହିଁ ମୁଁ ଜାଣିବାକୁ ପାଇଲି । ଆମକୁ ଏ ବିଷୟରେ ଅବଗତ କରାଯିବାର ଥିଲା । ସମସ୍ତଙ୍କୁ ଏକାଠି ନେଇ କାମ କଲେ କଂଗ୍ରେସ ଆଗକୁ ବଢିବ । ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ୍ ହୋଇଥିଲେ ବିଶ୍ୱଜିତ ।
Also read: ଫେକ୍ ଚାଷୀ ସରକାରଙ୍କୁ ବଦନାମ କରୁଛନ୍ତି: ସମବାୟ ମନ୍ତ୍ରୀ