ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି ସାଂଗଠନିକ ସ୍ତରରେ ସମ୍ପ୍ରସାରଣ କରିଛି । ମଙ୍ଗଳବର ସିଜେପି ଛଅ ଜଣ ନୂତନ ସଂଗଠନ ସାଧାରଣ ସମ୍ପାଦକ ଓ ମୁଖପାତ୍ରଙ୍କ ନାମ ଘୋଷଣା କରିଛି । ଏହା ସହିତ ଉତ୍ତର ଜୋନ୍ ସମନ୍ୱୟ କମିଟିର ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ।
ଦଳ ସହ-ସଂଯୋଜକ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ସ୍ଥାନରେ ଦଳ ଦୁଇ ଜଣ ନୂତନ ଜାତୀୟ ମୁଖପାତ୍ରଙ୍କ ନାମ ମଧ୍ୟ ଘୋଷଣା କରିଛି । ସୁଧୀର ସାଙ୍ଗୱାନ ଏବଂ ସିଦ୍ଧାନ୍ତ ଭରଦ୍ୱାଜଙ୍କୁ ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛନ୍ତି। ସୌରଭ ଏବଂ ଆଶୁତୋଷଙ୍କୁ ସହ ସଂଯୋଜକ କରାଯିବା ପରେ ଏହି ପଦବୀ ଖାଲି ରହିଥିଲା । ସେହିପରି ଛଅ ଜଣ ନୂତନ ସଂଗଠନ ସାଧାରଣ ସମ୍ପାଦକ ଭାବେ ରେଖା ଶର୍ମା, ଅକ୍ଷୟ ସିନ୍ଦେ, ପ୍ରେମ ଆକାଶ, ଅନମ ଉଜ୍ଜାମା ଏବଂ ବାଳକୃଷ୍ଣ ଶୁକ୍ଳାଙ୍କୁ ନିଯୁକ୍ତି ଦିଆଯାଇଛି।
ସିଜେପି ଉତ୍ତର ଜୋନ୍ ସମନ୍ୱୟ କମିଟିରେ ସଦସ୍ୟଙ୍କୁ ନିଯୁକ୍ତ ଦେଇଛି । ଏହି କମିଟିରେ ଆଦେଶ ପ୍ରଧାନ ଗୁର୍ଜର, ଆଜାଦ ମୋହିତ, ମହମ୍ମଦ ଫରହାନ ଖାନ, ବିଶ୍ୱ କର୍ଣ୍ଣୱାଲ, ଉଜ୍ଜ୍ୱଲ ପାଣ୍ଡେ, ପୂଜା ସାଇନି, ଆଫତବ ସିଂ ବିର୍କ, ଅର୍ଶଦୀପ ସିଂ କୋଚର, ଜାହିଦ ଅହମ୍ମଦ ମାଲେ, ମହୱିଷ ଅଲି, ଶ୍ରେଷ୍ଟ ସିଂ ଖେରା, ଅଜୟ ଦେଶୱାଲ, ଡକ୍ଟର ବିବେକ ସାଙ୍ଗବାନ, ମୁକେଶ ଅଲରାଉଣ୍ଡର୍ , ରାମ ଜାଖଡ଼, ହର୍ଷ କାର୍ତ୍ତିକେୟ ଏବଂ ଆଇନଜୀବୀ ଆରୁଷି ଘାଈ ।