ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ରାଜ୍ୟର ହିସାର ଆସନ ଉପରେ ମଧ୍ୟ ଜନତାଙ୍କ ନଜର ରହିଛି । କାରଣ ଏଠାରୁ ବିଜେପିର ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ଲଗାତାର ଆଗରେ ରହିଛନ୍ତି । କଂଗ୍ରେସର ରାମନିବାସ ରାଡା ଦ୍ୱିତୀୟ ସ୍ଥାନରେ ଓ ବିଜେପି ପ୍ରାର୍ଥୀ ଡ. କମଲ ଗୁପ୍ତା ତୃତୀୟ ସ୍ଥାନରେ ରହିଛନ୍ତି । ଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଏହି ଆସନରେ ୫ ହଜାରରୁ ଅଧିକ ଭୋଟରେ ଆଗରେ ରହିଛନ୍ତି ।
୨୦୧୯ ବିଧାସନଭା ନିର୍ବାଚନରେ ବିଜେପିର ଡ. କମଲ ଗୁପ୍ତା ବିଜୟ ହାସଲ କରିଥିଲେ । ତାଙ୍କୁ ୪୯ ହଜାର ୬୭୫ ଖଣ୍ଡ ଭୋଟ୍ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ରାମନିବାସ ରାରାଙ୍କୁ ୩୩ ହଜାର ୮୪୩ ଖଣ୍ଡ ଭୋଟ୍ ମିଳିଥିଲା । ଅନ୍ୟପଟେ ୨୦୧୪ରେ ସାବିତ୍ରୀ ଜିନ୍ଦଲ ଏହି ସିଟରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ଉକ୍ତ ନିର୍ବାଚନରେ କମଲ ଗୁପ୍ତା ତାଙ୍କୁ ହରାଇଥିଲେ ।
ଏହା ପୂର୍ବରୁ ସାବିତ୍ରୀ ଜିନ୍ଦଲ ୨୦୦୯ ନିର୍ବାଚନରେ ବିଜୟ ଲାଭ କରିଥିଲେ । ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଦେଶର ସବୁଠୁ ଧନୀ ମହିଳା । ସେ ୮୪ ବର୍ଷ ବୟସରେ ବି ଜିନ୍ଦଲ ଗ୍ରୁପର ଦାୟିତ୍ୱ ସମ୍ଭାଳୁଛନ୍ତି । ସେ ବିଜେପି ଟିକେଟରୁ ନିର୍ବାଚନ ଲଢିବାକୁ ଆଶା ରଖିଥିଲେ । କିନ୍ତୁ ବିଜେପି ତାଙ୍କୁ ଟିକେଟ୍ ନ ଦେବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଜିନ୍ଦଲ କହିଛନ୍ତି, ଏହା ତାଙ୍କର ଶେଷ ନିର୍ବାଚନ । ସେ ଜନତାଙ୍କ ସେବା କରିବାକୁ ଚାହାନ୍ତି ।