ଦଳରେ ସାମିଲ ହେବାର ୯ ମାସ ପରେ ତୃଣମୂଳ କଂଗ୍ରେସ ଛାଡ଼ିଲେ ପୱନ ବର୍ମା, ମମତାଙ୍କୁ ଲେଖିଲେ ଚିଠି
Khabar Odisha:Politics-West-Bengal-Pavan-Varma-resigns-from-Trinamool-Congress

କୋଲକାତା, ଅଗଷ୍ଟ ୧୩ (ଖବର ଓଡ଼ିଶା): ରାଜ୍ୟସଭାର ପୂର୍ବତନ ସଦସ୍ୟ ପୱନ କେ ବର୍ମା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ସାମିଲ ହେବାର ୯ ମାସ ପରେ ଶୁକ୍ରବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଜନତା ଦଳ (ୟୁନାଇଟେଡ)ର ପୂର୍ବତନ ସାଂସଦ ବର୍ମା ଗତବର୍ଷ ନମ୍ବେମ୍ବରରେ ଟିଏମ୍‌ସିରେ ସାମିଲ ହୋଇଥିଲେ । 

ବର୍ମା ଟୁଇଟ୍ କରିଛନ୍ତି ଯେ, ଆଦରଣୀୟ ମମତା ଜୀ ଦୟାକରି ପାର୍ଟିରୁ ମୋର ଇସ୍ତଫା ସ୍ୱୀକାର କରନ୍ତୁ । ମୋତେ ଦେଇଥିବା ସ୍ନେହ ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଆପଣଙ୍କ ସହିତ ସବୁବେଳେ ସଂପର୍କରେ ରହିବାକୁ ନେଇ ଆଶା କରୁଛି । ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି । 

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଟିଏମସି ବର୍ମାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲା । ମାତ୍ର ଚଳିତ ବର୍ଷ ଫେବ୍ରୁଆରୀରେ ନୂଆ ପଦାଧିକାରୀଙ୍କ କମିଟି ଗଠନ ପରେ ତାଙ୍କୁ ପାର୍ଟିରେ କୌଣସି ଔପଚାରିକ ପଦ ଦିଆଯାଇ ନଥିଲା । ଟିଏମ୍‌ସି ସୂତ୍ର ଅନୁସାରେ ବର୍ମା ପାର୍ଟି ନେତୃତ୍ୱରୁ ଦୂରେଇ ରହୁଥିଲେ । 

 

  • Tags:

Subscribe

National International State Sports Entertainment