ସମସ୍ତ ନିର୍ବାଚନ ରାଲି ବାତିଲ କଲେ ମମତା ବାନାର୍ଜୀ, ଯୁବବର୍ଗଙ୍କୁ ମାଗଣାରେ ଦେବେ ଟିକା!
Khabar Odisha:Politics-CM-Mamata-Banerjee-cancels-poll-rallies-promises-free-COVID-19-vaccine-for-all-adults

ନୂଆଦିଲ୍ଲୀ, ଏପ୍ରିଲ ୨୩ (ଖବର ଓଡ଼ିଶା): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ସୁପ୍ରିମୋ ଗୁରୁବାର ଘୋଷଣା କରିଛନ୍ତି ଯେ, ସେ ଚଳିତ ବିଧାନସଭା ନିର୍ବାଚନରେ ଆଉ  ରାଲି କରିବେ ନାହିଁ । ରାଜ୍ୟର ସମସ୍ତ ଯୁବବର୍ଗଙ୍କୁ ଆସନ୍ତା ମେ’ ୫ ତାରିଖ ପରେ କରୋନା ଟିକା ଦେବେ । 

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଇତି ମଧ୍ୟରେ ୬ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଶେଷ ୨ଟି ପର୍ଯ୍ୟାୟ ପାଇଁ ଏପ୍ରିଲ ୨୬ ଏବଂ ୨୯ରେ ମତଦାନ ହେବ । ଆସନ୍ତା ମେ’ ୨ ତାରିଖରେ ଭୋଟ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ । ମମତା ପ୍ରତିଶ୍ରୁତି ଦେଇଛନ୍ତି ଯେ, ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯୁବପୀଢ଼ିଙ୍କୁ ମାଗଣାରେ ଟିକା ଦିଆଯିବ । ପଶ୍ଚିମବଙ୍ଗର ତାପନ ଠାରେ ଆୟୋଜିତ ଏକ ସାଧାରଣ ବୈଠକରେ ମମତା ବାନାର୍ଜୀ ଏହା ଘୋଷଣା କରିଛନ୍ତି ।

ମମତା କହିଛନ୍ତି ଯେ, କୋଭିଡ ସଂକ୍ରମଣ ରାଜ୍ୟରେ ବଢ଼ିଚାଲିଥିବାରୁ ଆଗାମୀ ୨ଟି ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ରାଲି କରିବେ ନାହିଁ । ସୂଚନାଯୋଗ୍ୟ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଜେପିର ରାଲିକୁ ବାତିଲ କରିଥିଲେ । 

   

 

  • Tags:

Subscribe

National International State Sports Entertainment