ମୁଲାୟମ ସିଂହଙ୍କ ବୋହୂ ଅପର୍ଣ୍ଣା କହିଲେ- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଣାମ କରୁଛି
Khabar Odisha:Politics-UP-assembly-election-as-Aparna-Yadav-daughter-in-law-of-Mulayam-Singh-exclusive-interview

ଲକ୍ଷ୍ନୌ, ଅକ୍ଟୋବର ୦୯ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାକୁ ୧୦୦ ଦିନରୁ ମଧ୍ୟ କମ ଅଛି। ଏଥି ପାଇଁ ଏବେ ରାଜନୈତିକ ଦଳ ଗୁଡ଼ିକ ନିଜର ସ୍ଥିତି ମଜବୁତ କରିବାରେ ଲାଗିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଲକ୍ଷ୍ନୌର କ୍ୟାଣ୍ଟ ସିଟରୁ ପୁଣି ଥରେ ସମାଜବାଦୀ ପାର୍ଟି (ସପା) ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଲଢ଼ିବାକୁ ସଜବାଜ ହେଉଛନ୍ତି। ସେ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି, ଆଦେଶ ମିଳିଲେ ପୁଣି ନିର୍ବାଚନ ପଡ଼ିଆକୁ ଓହ୍ଲାଇବି। ଅପର୍ଣ୍ଣା ଏବେ ନିଜକୁ ସମାଜବାଦୀ ପାର୍ଟି ସହିତ ଜଡ଼ିତ ଥିବା କହିଛନ୍ତି। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଙ୍କର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି। 

ଜାତୀୟ ଗଣମାଧ୍ୟମର ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଅପର୍ଣ୍ଣା କହିଛନ୍ତି, ମୁଁ ସନ୍ଥ ମହାତ୍ମାମାନଙ୍କର ସମ୍ମାନ କରିଥାଏ। ସେଥିପାଇଁ ମୋର ପରିବାର ସଂସ୍କାର ରହିଛି। ଏହି ହିସାବରେ ମୁଁ ମହାରାଜ ମାନଙ୍କୁ ବହୁତ ସମ୍ମାନ କରିଥାଏ। ମୁଁ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସମ୍ମାନ ଦେଇ ଆସୁଛି। ମୋତେ ଜଣା ନଥିଲା ଯେ, ସେ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ସେ ଗୋରକ୍ଷା ଓ ଗୋମାତାଙ୍କୁ ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ପ୍ରଣାମ ଜଣାଉଛି ବୋଲି ଅପର୍ଣ୍ଣା କହିଛନ୍ତି। 

ଯୋଗୀ ଜୀ ବହୁତ ପରିଶ୍ରମୀ। ସାଧାରଣ ବ୍ୟକ୍ତିତ୍ବ। ତାଙ୍କୁ ବହୁତ ସମ୍ମାନ କରୁଛି। କିନ୍ତୁ ସରକାରୀ ସ୍ତରରେ କାର୍ଯ୍ୟରତ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ ହୋଇପାରୁ ନଥିବା ଗଣମାଧ୍ୟମରୁ ଖବର ଜଣାପଡ଼ିଥାଏ। ଗଣମାଧ୍ୟମରେ ଖବର ଆସୁଛି ଯେ, ଅଧିକାରୀ ଶୁଣୁ ନାହାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ପରିଶ୍ରମ କରୁଛନ୍ତି। 

 

 

  • Tags:

Subscribe

National International State Sports Entertainment