୨୦୨୪ ଲୋକସଭା ନିର୍ବାଚନ ନେଇ ବଳ କଷୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ଗଢ଼ିବେ ଜାତୀୟ ଦଳ!
Khabar Odisha:Politics-Telengana-CM-KCR-eyes-on-2024-general-election-as-formed-national-party

ହାଇଦ୍ରାବାଦ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଠାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଭୟ ନେତା ରବିବାର ଏକତ୍ର ମଧ୍ୟାହ୍ନ ଭୋଜନ କରିଛନ୍ତି । ଏହା ପରେ ରାଜନୈତିକ ପ୍ରସଙ୍ଗ ନେଇ ତିନି ଘଣ୍ଟା ପର୍ଯ୍ୟନ୍ତ ଚର୍ଚ୍ଚା କରିଛନ୍ତି । ବୈଠକ ପରେ କୁମାରସ୍ୱାମୀ, କେସିଆରଙ୍କ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବା ନେଇ ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ, ସେ ଦେଶର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ । ଉଭୟ ନେତାଙ୍କ ହିସାବରେ ବର୍ତ୍ତମାନ ସାମାଜିକ ଏବଂ ଆର୍ଥିକ ପରିସ୍ଥିିତିକୁ ଦେଖିଲେ ଅନୁକୁଳ ଗତିଶୀଳ ଶାସନର ଆବଶ୍ୟକତା ରହିଛି । ରୁଢ଼ିବାଦୀ ରାଜନୀତି ଦ୍ୱାରା ଜନତା ଚିନ୍ତିତ । ଦେଶରେ ବୈକଳ୍ପିକ ରାଜନୀତିର ଆବଶ୍ୟକତା ଅଛି ବୋଲି ସେମାନେ କହିଛନ୍ତି । 

ଉଭୟ ନେତା ବିଭିନ୍ନ ରାଜ୍ୟ, ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶଗୁଡ଼ିକରେ ଚାଲିଥିବା ରାଜନୈତିକ ଉନ୍ନତି ଓ ଗ୍ରହଣ କରାଯାଉଥିବା ନୀତି ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ଯେ, ରାଷ୍ଟ୍ରୀୟ ପାର୍ଟିର ଗଠନ ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀଙ୍କ ସହିତ ଚର୍ଚ୍ଚା ଏବଂ ସାଧାରଣ ସହମତି ଉପରେ ପହଂଚିବା ପରେ ହେବ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି ଯେ, କେସିଆର ହେଉଛନ୍ତି ଜଣେ ବଡ଼ ଅଭିଜ୍ଞ । ତେଲେଙ୍ଗାନାର ଲୋକଙ୍କ ଆକାଂକ୍ଷା ପୂରା କରି ପ୍ରଗତି ପଥରେ ନେତୃତ୍ୱ ନେଇଥିବା କେସିଆରଙ୍କୁ ଦେଶର ରାଜନୀତିରେ ସକ୍ରିୟ ଭୂମିକା ତୁଲାଇବାର ଆବଶ୍ୟକତା ରହିଛି । ଏହି ଖବରକୁ ସେ ସ୍ୱାଗତ ମଧ୍ୟ କରିଛନ୍ତି ଯେ, କେସିଆର ଖୁବ ଶୀଘ୍ର ଏକ ରାଷ୍ଟ୍ରୀୟ ପାର୍ଟି ଘୋଷଣା କରିବେ । 

 

  • Tags:

Subscribe

National International State Sports Entertainment