କଂଗ୍ରେସକୁ ଟାର୍ଗେଟ କଲେ ରାଜ୍ୟବର୍ଦ୍ଧନ ସିଂହ ରାଠୋର, କହିଲେ- ଗହଲୋତ ସରକାର ସବୁ କାମରେ ବିଫଳ
Khabar Odisha:Politics-Rajastan-Rajyavardhan-Singh-Rathore-slams-Ashok-Gehlot-govt-in-in-Jaipur

ଜୟପୁର, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ମୁଖପାତ୍ର ଏବଂ ସାଂସଦ (ଜୟପୁର ଗ୍ରାମାଂଚଳ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ରାଜସ୍ଥାନ କଂଗ୍ରେସ ସରକାରକୁ ପ୍ରତିଟି କାମରେ ବିଫଳ ହୋଇଛି ବୋଲି କହିଛନ୍ତି। ରାଠୋର କହିଛନ୍ତି ଯେ, ଦକ୍ଷିଣ ରାଜସ୍ଥାନରେ ଲଗାତାର ସ୍ଥିତି ବିଗିଡ଼ିବାରେ ଲାଗିଛି। କିନ୍ତୁ ସରକାରଙ୍କ ତରଫରୁ ଆନ୍ଦୋଳନକାରୀ ଯୁବକଙ୍କୁ ଏବେ ବୁଝାଇବାକୁ ଉଦ୍ୟମ କରାଯାଇ ନାହିଁ, ଯେଉଁଥି କାରଣରୁ ବିଗତ ୩ ରୁ ୪ ଦିନ ଧରି ଅବସ୍ଥା ଖରାପ ଆଡ଼କୁ ଗତି କରୁଛି।

ବରିଷ୍ଠ ବିଜେପି ନେତା କହିଛନ୍ତି, ରାଜ୍ୟ ସରକାରଙ୍କ ଏହା ହେଉଛି ବଡ଼ ବିଫଳତା। ଅନେକ ଦିନ ହେଲା ଏହି ଆନ୍ଦୋଳନ ଚାଲିଥିଲା। କିନ୍ତୁ ସରକାରଙ୍କୁ ଏବାବଦରେ ସୂଚନା ନଥିଲା। ଏମିତି ଲାଗୁଛି ଯେ, ରାଜ୍ୟ ସରକାର ଶୋଇପଡ଼ିଛି। କର୍ଣ୍ଣେଲ ରାଜ୍ୟବର୍ଦ୍ଧନ କହିଛନ୍ତି, ବିଧାନସଭା ନିର୍ବାଚନ ସମୟରେ ରାଜ୍ୟର ଯୁବଗୋଷ୍ଠୀଙ୍କୁ ବେରୋଜଗାର ଭତ୍ତା ଓ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିବା ପରେ ନିଜେ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛି। ପୂର୍ବରୁ ଖାଲିଥିବା ପଦବି ଗୁଡ଼ିକ ଏବେ ବି ସମାନ ଅବସ୍ଥା ରହିଛି। ବିଜେପି ସରକାରଙ୍କ ଶାସନ କାଳରେ ଯେଉଁ ପଦବି ଗୁଡ଼ିକ ଖାଲି ପଡ଼ିଥିଲା, ତାହା ପୂରଣ କରିବାରେ ଗହଲୋତ ସରକାର ବିଫଳ ହୋଇଛି।

  • Tags:

Subscribe

National International State Sports Entertainment