ନୂଆଦିଲ୍ଲୀ, ମେ ୨୦ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ର ନେତାଙ୍କୁ ସମ୍ବୋଧିତ କରିବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ ମାଧ୍ୟମରେ ଦଳୀୟ ନେତାଙ୍କୁ ସମ୍ବୋଧିତ କରିବେ । ବିଜେପିର ଜାତୀୟସ୍ତରୀୟ ସାଧାରଣ ସଂପାଦକଙ୍କୁ ନେଇ ଦଳୀୟ ବୈଠକ ଗୁରୁବାର ଠାରୁ ଆରମ୍ଭ ହୋଇଛି । ବୈଠକ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶାଭାଉ ଠାକରେ ଓ ସୁନ୍ଦର ସିଂହ ବାହାଦୂରଙ୍କ ଉପରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଥିଲେ ।
ରିପୋର୍ଟ ଅନୁସାରେ ବୈଠକ ମାଧ୍ୟମରେ ଜେପି ନଡ୍ଡା ଦଳୀୟ ସାଧାରଣ ସଂପାଦକଙ୍କ ଠାରୁ ଦଳର ସ୍ଥିତି ନେଇ ଅବଗତ ହୋଇଛନ୍ତି । ଗୁଜରାଟ ଓ ହିମାଚଳ ପ୍ରଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବ । ସେହିପରି ଆସନ୍ତାବର୍ଷ ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରା, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମେଘାଳୟ, ମିଜୋରାମ ଓ ନାଗାଲାଣ୍ଡରେ ନିର୍ବାଚନ ହେବ ।