ପୁନର୍ଗଠନ ହେବ ପ୍ରଦେଶ କଂଗ୍ରେସ କମିଟି
Khabar Odisha:Politics-Odisha-Pradesh-Congress-Committe-will-reorganise
ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଖବର ଓଡ଼ିଶା):

୨୦୧୯  ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା କଂଗ୍ରେସ । ତେଣୁ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି ଅଣ୍ଟା ଭିଡ଼ିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ କମିଟି ପୁନଃଗଠନ କରାଯିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । 

ରାଜ୍ୟରେ କଂଗ୍ରେସର ସ୍ଥିତି ସୁଦୃଢ କରିବାକୁ ସମସ୍ତ କମିଟି ପୁନଃଗଠନ କରାଯିବ । ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପାଇଁ ଏଆଇସିସି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଆଶାନୁରୂପ ଫଳ ପାଇ ପାରି ନଥିବାରୁ ଏବେ ଏହି ପଦକ୍ଷେପ ନିଆଯାଇଛି । ଗତ ନିର୍ବାଚନରେ ଦଳ ପାଇଁ କାମ କରିଥିବା ନେତାଙ୍କୁ ନେଇ ଛୋଟ ଛୋଟ କମିଟିର ପୁନର୍ଗଠନ କରାଯିବ । ବିଜେପୁର ନିର୍ବାଚନ ପାଇଁ ଦେଢ଼ମାସ ଆଗରୁ କମିଟି ହୋଇଛି  । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି । କମିଟି ଯାହା କହିବ ସେହି ଅନୁଯାୟୀ କାମ ହେବ ।

ଚଳିତ ମାସ ଠାରୁ ପ୍ରଦେଶ କଂଗ୍ରେସ କମିଟି ଗଠନ କାମ ଆରମ୍ଭ କରାଯିବ । ଏଣିକି ଜୋନ ପ୍ରଦେଶ କଂଗ୍ରେସ କମିଟିରେ ଜୋନ କମିଟି ରହିବ ନାହିଁ । ପୂର୍ବଭଳି ବ୍ଲକ କମିଟି ରହିବ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment