ସ୍ୱେଚ୍ଛାକୃତ ଅବସର ନେଲେ ଆଇଏଏସ୍ ଅଧିକାରୀ ଅରବିନ୍ଦ ଶର୍ମା, ବିଜେପିରେ ଯୋଗଦେବେ ଆଜି!
Khabar Odisha:Politics-Gujarat-cadre-IAS-Arvind-Kumar-Sharma-takes-VRS-and-set-to-join-bjp-today

ଲଖନଉ, ଜାନୁଆରୀ ୧୪ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆଉ ଜଣେ ବଡ଼ ଚାକିରିଆ ଯୋଗଦେବାକୁ ଯାଉଛନ୍ତି । ଗୁଜରାଟ କ୍ୟାଡର ୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମା ଗୁରୁବାର ବିଜେପିରେ ଯୋଗ ଦେଉଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟତରଙ୍କ ମଧ୍ୟରେ ଜଣାଶୁଣା ଅରବିନ୍ଦ ଏକାଧିକ ଭିଆରଏସ ନେଇ ଉତ୍ତରପ୍ରଦେଶରେ ଏମଏଲସି ନିର୍ବାଚନ ମଧ୍ୟରେ ବିଜେପିରେ ଯୋଗ ଦେଉଛନ୍ତି । ବିଧାନ ପରିଷଦ ପଠାଯିବାକୁ ନେଇ ତାଙ୍କର ଅନ୍ୟ ବଡ଼ ଭୂମିକା ପର୍ଯ୍ୟନ୍ତ ଅନୁମାନ କରାଯାଉଛି ।

ମୋଦୀଙ୍କ କ୍ୟାବିନେଟରୁ ଆରମ୍ଭ କରି ସଂସଦ ଓ ଉତ୍ତର ପ୍ରଦେଶ ବିଧାନସଭା ପର୍ଯ୍ୟନ୍ତ ଭିଆରଏସ ଅଥବା ଅବସର ପରେ ବିଜେପିରେ ଅନେକ ଚର୍ଚ୍ଚିତ ଚେହେରା ଦେଖାଯାଉଛନ୍ତି । ଏହି କ୍ରମରେ ଅରବିନ୍ଦ ଶର୍ମା ମଧ୍ୟ ଯୋଡ଼ି ହେବାକୁ ଯାଉଛନ୍ତି । ମୂଳତଃ ମଉ ନିବାସୀ ଅରବିନ୍ଦ ଗୁଜରାଟରେ ମୋଦୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୦୧ରୁ ୨୦୧୩ ଯାଏଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ।   

ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଅରବିନ୍ଦ ପିଏମଓରେ ଯୁଗ୍ମ ସଚିବ ହୋଇଥିଲେ । ତାଙ୍କର ଚାକିରି ଆଉ ୨ ବର୍ଷ ଥିଲା ଏବଂ ଏମଏସଏମଇ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ ସଚିବ ଥିଲେ । ୨ ଦିନ ପୂର୍ବରୁ ଭିଆରଏସ ନେଇଛନ୍ତି । ଏବେ ଚର୍ଚ୍ଚା ହେଉଛି ଯେ, ଉତ୍ତର ପ୍ରଦେଶରେ ଏମଏଲସି କରାଯିବା ସହ ସରକାରରେ ବଡ଼ ଭୂମିକା ଦିଆଯାଇପାରେ । 

 

  • Tags:

Subscribe

National International State Sports Entertainment