କଂଗ୍ରେସର ଚିନ୍ତନ ଶିବିର: ଏକ ପରିବାର-ଏକ ଟିକେଟ ପ୍ରସ୍ତାବ, କିନ୍ତୁ ସାଥୀରେ ଏହି ଅଫର!
Khabar Odisha:Politics-Congress-chintan-shivir-on-family-one-ticket-and-others-big-decision-in-day-1

ଉଦୟପୁର, ମେ ୧୪ (ଖବର ଓଡ଼ିଶା): ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ପ୍ରଥମ ଦିନରେ ପାର୍ଟିର ନେତାମାନେ ନୂଆ କଂଗ୍ରେସ ଗଠନ କରିବାରେ ଦମ୍ଭ ଦେଖାଇଛନ୍ତି । ଯେଉଁ ପରିବାରବାଦକୁ ନେଇ କଂଗ୍ରେସ ରାଜନୀତି କରୁଥିଲେ, ଏଥିରେ ବିରାମ ଲଗାଇ ନୂଆ ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । କଂଗ୍ରେସରେ ଏଣିକି ଗୋଟିଏ ପରିବାରରୁଜଣକୁ ଟିକେଟ ଦିଆଯିବ । ଅର୍ଥାତ ଗୋଟିଏ ପରିବାର ଗୋଟିଏ ଟିକେଟ । ଏହା ବ୍ୟତୀତ ଗୋଟିଏ ପଦବିରେ ୫ ବର୍ଷ ରହିପାରିବେ । ଏତଦ୍ ବ୍ୟତୀତ କଂଗ୍ରେସରେ ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ ଦିଆଯିବ । 

କଂଗ୍ରେସ ନେତା ଅଜୟ ମାକନ ପାର୍ଟିରେ ବଡ଼ ପରିବର୍ତ୍ତନର ସଂକେତ ଦେଇ ଘୋଷଣା କରିଛନ୍ତି ଯେ, ଗୋଟିଏ ପରିବାର ଗୋଟିଏ ଟିକେଟ ନେଇ ପାଖାପାଖି ସହମତି ହୋଇଛି । କିନ୍ତୁ ଏଥି ପାଇଁ ସେ ଅନ୍ୟ ଏକ ଅଫର ଯୋଡ଼ିଛନ୍ତି ଯେ, ପରିବାରର ଅନ୍ୟ ସଦସ୍ୟ ଯଦି ୫ ବର୍ଷ ପାର୍ଟି ପାଇଁ କାମ କରିଛନ୍ତି, ତା’ହେଲେ ମଧ୍ୟ ତାଙ୍କୁ ଟିକେଟ ଦିଆଯାଇପାରେ ।

ଅଜୟ ମାକନଙ୍କ ଏହି ଘୋଷଣା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୦୧୯ରେ ପାର୍ଟିର ସାଧାରଣ ସଂପାଦକ ହୋଇଥିଲେ । ଏହି ହିସାବରେ ୨୦୨୪ରେ ତାଙ୍କର କାର୍ଯ୍ୟକାଳ ୫ ବର୍ଷ ପୂରିବ । କ’ଣ ପ୍ରିୟଙ୍କା ୫ ବର୍ଷ ପରେ ଏହି ପଦବି ଛାଡ଼ିବେ? ନାଁ ଗାନ୍ଧୀ ପରିବାରର ସଦସ୍ୟ ହୋଇଥିବା ଯୋଗୁଁ ତାଙ୍କ ପାଇଁ କୋହଳ ହେବ? ଏହାରି ଉପରେ କଂଗ୍ରେସର ମୁଖପାତ୍ର ରାଗିନୀ ନାୟକ କୁହନ୍ତି ଯେ, ମୁଁ ଚାହୁଁଛି ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢେଇ କରନ୍ତୁ । ପ୍ରିୟଙ୍କା ଗାନ୍ଧୀ ଲୋକସଭା ଯାଆନ୍ତୁ । ସେ ଉତ୍ତର ପ୍ରଦେଶରେ ବଡ଼ ଭୂମିକା ତୁଲାନ୍ତୁ । 

 

  • Tags:

Subscribe

National International State Sports Entertainment