ଆଜିଠୁ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର; ଉଦୟପୁରରେ ରାହୁଲ ଗାନ୍ଧୀ, ସ୍ୱାଗତ ପାଇଁ ସମର୍ଥକଙ୍କ ଭିଡ଼
Khabar Odisha:Politics-Congress-chintan-shivir-in-Udaipur-in-Rajastan-as-Rahul-Gandhi-attained

ଉଦୟପୁର, ମେ ୧୩ (ଖବର ଓଡ଼ିଶା): ରାଜସ୍ଥାନର ଉଦୟପୁରରେ କଂଗ୍ରେସର ତିନି ଦିବସୀୟ ଚିନ୍ତନ ଶିବିର ଆଜିଠାରୁ ଆରମ୍ଭ ହେଉଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦେଶବ୍ୟାପୀ ୪୦୦ ବରିଷ୍ଠ ନେତା ଏହି ସମାରୋହରେ ସାମିଲ ହେଉଛନ୍ତି । ଚିନ୍ତନ ଶିବିରରେ ପାର୍ଟିର ଆନ୍ତରିକ ପ୍ରସଙ୍ଗରେ ଚର୍ଚ୍ଚା ହେବ । ଏଥି ସହିତ ସଂଗଠନକୁ ମଜବୁତ କରିବା ଲାଗି ପଦକ୍ଷେପ ଉପରେ ଆଲୋଚନା ହେବ । ଏହା ବ୍ୟତୀତ ନିର୍ବାଚନକୁ ନେଇ ରଣନୀତି ମଧ୍ୟ ପ୍ରସ୍ତୁତ ହେବ । ଚିନ୍ତନ ଶିବିରରେ ସାଂପ୍ରଦାୟିକ ଧ୍ରୁବୀକରଣ, ଚାଷୀ ପ୍ରସଙ୍ଗ ଓ ଆଗାମୀ ନିର୍ବାଚନରେ ପାର୍ଟିକୁ ଶକ୍ତିଶାଳୀ କରିବା ଉପରେ ଚର୍ଚ୍ଚା ହେବ । 

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉଦୟପୁରରେ ଟ୍ରେନ୍‌ରେ ପହଞ୍ଚିବା ପରେ ସମର୍ଥକମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ରାହୁଲ ଗାନ୍ଧୀ ରେଳଷ୍ଟେସନରେ ପହଞ୍ଚିବା ପୂର୍ବରୁ ଦଳୀୟ କର୍ମୀମାନେ ପ୍ଲାଟଫର୍ମରେ ନାଚିଛନ୍ତି । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ନୂଆଦିଲ୍ଲୀରୁ ଉଦୟପୁର ଟ୍ରେନ୍‌ରେ ଯାତ୍ରା କରିଛନ୍ତି । ରାହୁଲଙ୍କୁ ଦେଖିବା ପରେ ସମର୍ଥକମାନେ ସମର୍ଥନରେ ଶ୍ଲୋଗାନ ଦେଇଥିଲେ । 

 

  • Tags:

Subscribe

National International State Sports Entertainment