ବୁଲନ୍ଦସହର ଉପରେ ପ୍ରଶ୍ନ: ଶିବସେନାକୁ ଯୋଗୀ କହିଲେ- ମହାରାଷ୍ଟ୍ରକୁ ସମ୍ଭାଳ, ଉତ୍ତର ପ୍ରଦେଶ ଚିନ୍ତା କରନି
Khabar Odisha:Politics-CM-Yogi-Adityanath-responds-Sanjay-Raut-and-Shivsena-on-issue-of-Bulandshahar

ଲଖନଉ, ଏପ୍ରିଲ ୨୯ (ଖବର ଓଡ଼ିଶା): ମହାରାଷ୍ଟ୍ରର ପାଳଘର ଓ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ସାଧୁମାନଙ୍କୁ ହୋଇଥିବା ହତ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ରରେ ହୋଇଥିବା ଘଟଣାକୁ ନେଇ ଯୋଗୀଙ୍କ ଉପରେ ସାଂପ୍ରଦାୟିକ ରାଜନୀତି ଅଭିଯୋଗ ଆଣିଥିବା ଶିବସେନାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ ଜରିଆରେ ଜବାବ ଦେଇଛନ୍ତି ।  

ଶିବସେନା ନେତା ସଂଜୟ ରାଉତଙ୍କ ଟୁଇଟ ଉପରେ ଜବାବ ଦେଇ ଯୋଗୀ ଆଦିତ୍ୟନାଥ ତାଙ୍କୁ (ସଂଜୟ ରାଉତ) ମହାରାଷ୍ଟ୍ର ସମ୍ଭାଳିବାକୁ ପରାମର୍ଶ ଦେଇଛନ୍ତି । ଶିବସେନାର ସାଂସଦ ସଂଜୟ ରାଉତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପାଳଘର ଘଟଣାକୁ ସାଂପ୍ରଦାୟିକ ଦୋଷ ଦେବା ନେଇ ଅଭିଯୋଗ ଆଣିଥିଲେ । ଏହି ଟୁଇଟର ଜବାବ ଦେବାକୁ ଯାଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିଜର ଟୁଇଟରରୁ ଟୁଇଟ କରିଥିଲେ । 

ମୁଖ୍ୟମନ୍ତ୍ରୀ ଯୋଗୀ ଶିବସେନା ସାଂସଦ ରାଉତଙ୍କୁ ଜବାବ ଦେବାକୁ ଯାଇ ଲେଖିଛନ୍ତି, ସଂଜୟ ରାଉତ ଜୀ, ସନ୍ଥଙ୍କୁ ଜଘନ୍ୟ ହତ୍ୟା ଉପରେ ଚିନ୍ତା କରିବା ରାଜନୀତି ଭଳି ଲାଗୁଛି? ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲେ । କାରଣ ପାଳଘରର ସାଧୁ ନିର୍ମୋହୀ ଆଖଡା ସହିତ ସଂପର୍କ ରଖିଥିଲେ । ଭାବନ୍ତୁ, ରାଜନୀତି କିଏ କରୁଛି?

ଏହା ପୂର୍ବରୁ ସଂଜୟ ରାଉତ ନିଜର ଏକ ଟୁଇଟରେ କହିଥିଲେ, ବୁଲନ୍ଦସହରରେ ହୋଇଥିବା ଘଟଣାର ପ୍ରସଙ୍ଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନ କରିଥିଲେ । ଏହା ପରେ ରାଉତ ବୁଲନ୍ଦସହରର ଘଟଣା ଉପରେ ପ୍ରଶ୍ନ ଉଠାଇ ଲେଖିଥିଲେ- ଭୟଙ୍କର! ବୁଲନ୍ଦସହର, ଉତ୍ତର ପ୍ରଦେଶର ଏମ ମନ୍ଦିରରେ ୨ ଜଣ ସାଧୁଙ୍କୁ ହତ୍ୟା, କିନ୍ତୁ ମୁଁ ସମସ୍ତଙ୍କ ନିକଟରେ ଅପିଲ କରୁଛି ଯେ, ସେମାନେ ସାଂପ୍ରଦାୟିକ ନ କରନ୍ତୁ । କାରଣ କିଛି ଲୋକ ପାଳଘର ମାମଲାରେ ଏହା କରିବାକୁ ଉଦ୍ୟମ କରିଥିଲେ । 

 

  • Tags:

Subscribe

National International State Sports Entertainment