ଆଜି ରାଜନାଥ ସିଂହ କରିବେ ନାମାଙ୍କନ ଦାଖଲ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ପ୍ରଚାର
Khabar Odisha:Poliics-BJP-Today-end-2nd-phase-campaign-PM-Modi-and-Rajnath-Singh-road-show

ନୂଆଦିଲ୍ଲୀ, ଏପ୍ରିଲ ୧୬ (ଖବର ଓଡ଼ିଶା): ଉତ୍ତର ପ୍ରଦେଶରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ନିର୍ବାଚନ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ରାଜଧାନୀ ଲଖନଉରେ ଏକ ବିଶାଳ ରୋଡ ଶୋ’ କରିବେ । ରାଜନାଥ ସିଂହ ରୋଡ ଶୋ’ ଅବସରରେ ପୂର୍ବାହ୍ଣ ୯ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ପହଂଚିବେ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପେର ସେ ୧୦ଟା ୩୦ରେ ରୋଡ ଶୋ’ ଆରମ୍ଭ କରିବେ । ତାଙ୍କର ଗାଡ଼ି ହଜରତଗଂଜ ଛକ, ମେଫେୟାର ଛକ, ପରିବର୍ତ୍ତନ ଛକ, କଚେରୀ ଦେଇ ୧୧ଟା ୫୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଂଚିବ । 

ଆଗାମୀ ୧୮ ତାରିଖରେ ହେବାକୁ ଥିବା ମତଦାତାକୁ ଆକର୍ଷଣ କରିବା ଲାଗି ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ସୁପରଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାରରେ ନିର୍ବାଚନ ପ୍ରଚାର କରିବେ । ମୋଦୀ ରାଜଧାନୀ ଭୁବନେଶ୍ୱର ଏବଂ ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବେ । ମୋଦୀଙ୍କ ଗସ୍ତ ପୂର୍ବରୁ ସମ୍ବଲପୁର ଓ ଭୁବନେଶ୍ୱରରେ ମଂଚ ପ୍ରସ୍ତୁତ ହୋଇସାରିଛି । ମୋଦୀ ସମ୍ବଲପୁରରେ ବିଜୟ ସଂକଳ୍ପ ସଭାକୁ ସଂବୋଧିତ କରୁଥିବା ବେଳେ ଭୁବନେଶ୍ୱରରେ ରୋଡ ଶୋ’ ଏବଂ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ସମ୍ବଲପୁରରେ ମୋଦୀଙ୍କ ସଭା ହେବ । ସେହିପରି ସନ୍ଧ୍ୟାରେ ଭୁବନେଶ୍ୱର କାର୍ଯ୍ୟକ୍ରମ ରହିଛି । 

ସପ୍ତଦଶ ଲୋକସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନର ମତଦାନ ଲାଗି ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟରେ ୯୭ଟି ଲୋକସଭା ଆସନରେ ମତଦାନ ହେବ । ଏପ୍ରିଲ ୧୮ରେ ଓଡ଼ିଶାର ୫ଟି ଲୋକସଭା ଆସନ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଆସିକା ଓ କନ୍ଧମାଳ ଲୋକସଭା ଆସନ ବ୍ୟତୀତ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ମତଦାନ ହେବ ।

 

  • Tags:

Subscribe

National International State Sports Entertainment