ସ୍ଥଗିତ ହେଲା ପିପିଲିରେ ଆସନ୍ତା 17ରେ ହେବାକୁ ଥିବା ଉପନିର୍ବାଚନ, ପ୍ରକାଶ ପାଇବ ସାନି ବିଜ୍ଞପ୍ତି
Khabar Odisha:Pipili-sani-election-date-will-fix-said-by-CEO
ଭୁବନେଶ୍ୱର,ଏପ୍ରିଲ 15 (ଖବର ଓଡିଶା)

ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା । କିନ୍ତୁ ହଠାତ ଗତକାଲି ଏକ ଦୁଃଖଦ ଘଟଣା ଘଟିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ପରେ ରିଟର୍ଣ୍ଣିଂ ଅଫିସରଙ୍କ ପାୱାର ବଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ କମିଶନ ସାନି ତାରିଖ ଘୋଷଣା କରିବେ ।

ତେବେ ପିପିଲି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ସଦସ୍ୟଙ୍କର ପ୍ରାର୍ଥୀପତ୍ର କାଏମ ରିହିବା ବେଳେ କଂଗ୍ରେସ ପାଇଁ ନୂତନ ପ୍ରର୍ଥୀ ଦେବାକୁ ସୁଯୋଗ ମିଳିବ । ନିର୍ବାଚନ କମିଶନ ଯେଉଁ ଦିନ ତାରିଖ ଘୋଷଣା କରିବେ ତାହାର 7 ଦିନ ଭିତରେ ନୋମିନେଶନ ଫାଇଲ ହେବ । ଯେଉଁ ପ୍ରକ୍ରିୟା ରହିଛି ସେହି ଅନୁସାରେ ନିର୍ବାଚନ ହେବ । ଅତିକମରେ କଂଗ୍ରେସ ପ୍ରାଥିଙ୍କୁ ପ୍ରଚାର କରିବା ପାଇଁ 15 ଦିନ ସୁଯୋଗ ଦିଆଯିବ । କେବଳ ଜାତୀୟ କଂଗ୍ରେସ ପ୍ରାଥି ହିଁ ନୋମିନେଶନ ଫାଇଲ ପାରିବେ ।

ଆମେ ଗତକାଲି ପ୍ରାଥିଙ୍କ ମୃତ୍ୟୁ ଖବର ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଛୁ । ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ନିର୍ଦେଶକୁ ଅପେକ୍ଷା କରିଛୁ । ଯେବେ ବି ତାରିଖ ଘୋଷଣା ହେବ ତାହା ପରେ ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ କମିଶନର ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି 

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା 17 ତାରିଖରେ ପିପିଲି ଆସନ ପାଇଁ ନିର୍ବାଚନ ହୋଇଥାନ୍ତା । ଆଉ ମାତ୍ର 2 ଦିନ ବାକିଥିଲା । ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମୃତ୍ୟୁବରଣ କରିଛନ୍ତ । ପ୍ରଚାର ବେଳେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ ।

 

 

  • Tags:

Subscribe

National International State Sports Entertainment