ଭୋଟ ଦେଉଛନ୍ତି ପଦ୍ମପୁରବାସୀ | ଦିନ 1ଟା ସୁଦ୍ଧା 46.96 ପ୍ରତିଶତ ମତଦାନ । ଅପରାହ୍ନ 4ଟା ଯାଏଁ ଚାଲିବ ଭୋଟିଂ । ବରଗଡ଼/ପଦ୍ମପୁର : 05/12/2022 Share story: ପଦ୍ମପୁର ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ 10 ଜଣ ପ୍ରାର୍ଥୀଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକରେ ଲାଗିଛି ଭିଡ । ସକାଳ 7ଟାରୁ 319ଟି ବୁଥରେ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ ଅପରାହ୍ନ 4ଟା ଯାଏଁ ଏହି ଭୋଟ ଗ୍ରହଣ ଚାଲିବ । ମତଦାନ କେନ୍ଦ୍ର ଗୁଡିକରେ ଭିଡ ବଢିବାରେ ଲାଗିଛି । ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦିନ 1ଟା ସୁଦ୍ଧା 46.96 ପ୍ରତିଶତ ମତଦାନ ହୋଇଛି । ତେବେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି । ୪ଟି ବୁଥରେ ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଚାରୋଟି ବ୍ୟାଲେଟ ୟୁନିଟ୍, ତିନୋଟି କଂଟ୍ରୋଲ ୟୁନିଟ, ଆଠଟି ଭିଭିପାଟ ବଦଳ କରାଯାଇଛି । ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । Padampur By Election By Election Election Commission BJP BJD Congress Khabar Odisha ଖବର ଓଡ଼ିଶା, Reporter, 05/12/2022