କୋଟିଆରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବ ଓଡ଼ିଶା
Khabar Odisha:Odisha-will-hold-three-tier-panchayat-elections-in-Kotia

କୋରାପୁଟ, ସେପ୍ଟେମ୍ବର ୨୦ (ଖବର ଓଡ଼ିଶା): କୋଟିଆକୁ ନେଇ ଦୀର୍ଘ ଦିନରୁ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଚାଲିଆସିଥିବା ବେଳେ ଏହି ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି ତଥାପି ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନି ।

ତେବେ କୋଟିଆରେ ଜୋରଜବରଦସ୍ତ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ବାଚନ କରାଯାଇଥିବା ବେଳେ ଏବେ ଓଡ଼ିଶା ସରକାରଙ୍କ ମଧ୍ୟରୁ ମଧ୍ୟ ଆରମ୍ଭ ହୋଇଛି ନିର୍ବାଚନ ପ୍ରସ୍ତୁତି ।

କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ସଜବାଜ । ଆଜି ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି କରୋପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ।

କୋଟିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ଏବଂ ଓଡ଼ିଶା ପକ୍ଷରୁ ୩ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ମଧ୍ୟ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ପୂର୍ବରୁ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନ କରିଥିବା ବେଳେ ଏହି ନିର୍ବାଚନରେ ସଡ଼ିଶା ର କିଛି ସମ୍ପୃକ୍ତ ନାହିଁ ବୋଲି ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment