ଓଡିଶା ପଞ୍ଚାୟତ ନିର୍ବାଚନ: ପୁରୀର ବୁଥରୁ ବାଲାଟ୍ ବକ୍ସ ଲୁଟ୍, ମତଦାନ ବ୍ୟାହତ ଭୁବନେଶ୍ୱର, ଫେବ୍ରୁଆରୀ ୧୬(ଖବର ଓଡ଼ିଶା): Share story: ବୁଧବାର ଦିନ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପୁରୀର ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଚାପମାଣିକ ଗ୍ରାମ ପଞ୍ଚାୟତର କାଶିଜରିଆ ଗ୍ରାମରେ ବୁଥ ନମ୍ବର -୯ ରୁ ବାଲାଟ ବାକ୍ସ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସକାଳ ୧୦.୩୦ ପର୍ଯ୍ୟନ୍ତ ବୁଥରେ ମତଦାନ ସୁରୁଖୁରୁରେ ଚାଲିଥିଲା। ତେବେ ଭୋଟ୍ ଦେବାର ବାହାନା କରି ଜଣେ ଯୁବକ ବୁଥରେ ପ୍ରବେଶ କରିଥିଲେ। ସେ ହଠାତ୍ ଏକ ବାଲାଟ୍ ବାକ୍ସ ଛଡ଼ାଇ ନେଇ ସେଠାରୁ ଦୌଡ଼ି ପଳାଇଲେ । ପରେ ସେ ବାଲାଟ ବାକ୍ସକୁ କାନ୍ଥର ଅନ୍ୟ ପାର୍ଶ୍ୱକୁ ଫିଙ୍ଗିଦେଲେ । ଅନ୍ୟ ଦୁର୍ବତ୍ତ ସେଠାରେ ଅପେକ୍ଷା କରି ରହିଥିଲେ ଏବଂ ସେମାନେ ବାଲାଟ ବାକ୍ସ ନେଇ ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଲେ । ଦୁର୍ବୁତ୍ତଙ୍କ ପରିଚୟ ଏବଂ ଲୁଟ୍ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବ୍ରହ୍ମଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ରାଜ୍ୟରେ ପ୍ରଥମ ପର୍ଯୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି । ଦିନ ୧ଟା ସୁଦ୍ଧା ୬୦%ରୁ ଅଧିକ ମତଦାନ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଖବର ଓଡ଼ିଶା, Reporter, 16/02/2022