ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବିଜେପିର କଟାକ୍ଷ: ନୂଆ ବୋତଲରେ ପୁରୁଣା ମଦ ପୁରାଉଛନ୍ତି ସରକାର
Khabar Odisha:Odisha-Cabinet-reshuffle-Old-wine-in-new-bottle-alleges-Opposition
ଖବର ଓଡିଶା : 22/05/2023

ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିବାବେଳେ ଏବେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି | ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ମିଳିଥିବାବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ମିଳିଛି l ସେପଟେ ବିରୋଧୀ ଦଳ ନେତା ଗୋଲକ ମହାପାତ୍ର ପ୍ରେସମିଟ କରି କହିଛନ୍ତି, ମନ୍ତ୍ରିମଣ୍ଡଳ ଅଦଳବଦଳ ପୁରୁଣା ବୋତଲରେ ନୂଆ ମଦ ସଦୃଶ୍ୟ ବୋଲି ତୁଳନା କରିଛନ୍ତି । ଦକ୍ଷ ଓ ବରିଷ୍ଠତା ଭିତ୍ତିରେ ଯଦି ମନ୍ତ୍ରୀ ପଦ ଦିଆଗଲା ତେବେ ଆଗରୁ ଏମାନେ ଦକ୍ଷ ନଥିଲେ କି ? ଆଗରୁ କାହିଁକି ବାହାର କରାଯାଇଥିଲା | ଏବେ ପୁଣି କାହିଁକି ମନ୍ତ୍ରୀ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି | 

ସେ ଆହୁରି କହିଛନ୍ତି ଯେ, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପାଇଁ ସମୀର ଦାଶଙ୍କୁ ବାହାର କଲେ । ସେହିପରି ଶ୍ରୀକାନ୍ତ ସାହୁଙ୍କୁ ମଧ୍ୟ ବାହାର କଲେ । ଯଦି ସରକାର ମାନୁଛନ୍ତି ଏମାନେ ଦୋଷୀ, ତେବେ କାହିଁକି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ମନ୍ତ୍ରୀ ବଦଳିଲେ ପ୍ରଭାବ ପଡ଼ିବନି । ଅସନ୍ତୋଷ ଓ ଅନ୍ତଃକନ୍ଦଳ ଦୂର ପାଇଁ ମନ୍ତ୍ରୀ ପଦ ଅଦଳବଦଳ ହୋଇଛି । କେତେ ଦିନ ଆଉ ଓଡ଼ିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବେ l ଯାହା କରୁଛନ୍ତି କେବଳ ଧର୍ମକୁ ଆଖି ଠାର l ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ l ୨୦୨୪ରେ ସରକାର କରିବ ବିଜେପି l ଏଠାରେ ମନ୍ତ୍ରୀଙ୍କର କୌଣସି ଅଧିକାର ନାହିଁ l ମନ୍ତ୍ରୀ ହେଲେ ନୂଆ କଣ କରିବେ l ମନ୍ତ୍ରୀ ମାନେ କେବଳ ରବର ଷ୍ଟାମ୍ପ l ରାଜ୍ୟ ସରକାର ଝୁନଝୁନା ଧରେଇ ଦେଇଛନ୍ତି l ଅସନ୍ତୋଷ ଓ ଅନ୍ତଃ କନ୍ଦଳ ଦୂର କରିବା ପାଇଁ ମନ୍ତ୍ରୀ ପଦ ନାରେ ଝୁନଝୁନା ଧରେଇ ଦେଲେ l 

Subscribe

National International State Sports Entertainment