ପୁଣି ଥରେ ବିହାରରେ ଶାସନ କରିବେ ନୀତୀଶ ଆଉ ସୁଶୀଲ ଯୋଡି, ଏନଡିଏ ବିଧାୟକ ଦଳ ବୈଠକରେ ହେଲା ନିଷ୍ପତି
Khabar Odisha:Nitish-Sushil-Modi-pair-will-rule-again-in-Bihar-decision-in-NDA-MLAs-meeting
ପାଟନା, ନଭେମ୍ବର ୧୫ (ଖବର ଓଡ଼ିଶା):

ପାଟନାରେ ନବ ନିର୍ବାଚିତ ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ପୁଣି ଥରେ ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ସହ ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି । ଏହା ସହ ବିଜେପିର ସୁଶୀଲ ମୋଦୀ ମଧ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ବିଧାନସଭା ଦଳ ବୈଠକରେ ସାମିଲ ଥିବା କେନ୍ଦ୍ରିୟ ପର୍ଯ୍ୟାବେକ୍ଷକ ରାଜନାଥ ସିଂ ନୀତୀଶ କୁମାରଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏର ଏହି ବୈଠକରେ ସମସ୍ତ ଚାରି ସହଯୋଗୀ ଦଳ ଉପସ୍ଥିତ ଥିଲେ । ଏହି ବୈଠକରେ ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପି ର 125 ଜଣ ବିଧାୟକ ଉପସ୍ଥିତ ଥିଲେ ।

  • Tags:

Subscribe

National International State Sports Entertainment