ରାଜ୍ୟସଭାର ୨୫୦ ତମ ଅଧିବେଶନ, ଏନସିପି ଏବଂ ବିଜେଡିକୁ ପ୍ରଶଂସା କଲେ ପିଏମ ମୋଦୀ
Khabar Odisha:National-politics-Pm-Narendra-Modi-Speech-On-Rajaya-Sabaha-250th-Session
ନୂଆଦିଲ୍ଲୀ, ନଭେମ୍ବର ୧୮(ଖବର ଓଡ଼ିଶା):

ରାଜ୍ୟସଭାର ଐତିହାସିକ 250ତମ ଅଧିବେଶନର ଆରମ୍ଭରେ ରାଜ୍ୟସଭାକୁ ସମ୍ୱୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ଭାରତୀୟ ସଂଘୀୟ ବ୍ୟବସ୍ଥାର ଆତ୍ମା କହିଛନ୍ତି । ପିଏମ କହିଛନ୍ତି, ଲୋକସଭା ଯେଉଁଠି ମାଟି ସହ ଜଡିତ ସେଇଠି ରାଜ୍ୟସଭା ଦୂର ପର୍ଯ୍ୟନ୍ତ ଦେଖିପାରୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲୀ ବିହାରୀ ବାଜପେୟୀଙ୍କ ବୟାନକୁ ଦର୍ଶାଇ ସେ କହିଛନ୍ତି  ରାଜ୍ୟସଭା ସେକେଣ୍ଡ ହାଉସ ସେକେଣ୍ଡରୀ (ଗୌଣ, ମହତ୍ୱହୀନ) ନୁହେଁ ଏବଂ ଭାରତର ବିକାଶ ପାଇଁ ଏହା ସପୋର୍ଟିଭ ହାଉସ ଭାବେ ରହିବା ଦରକାର । ଏହି ସମୟରେ ପିଏମ ମୋଦୀ ଏନସିପି ଏବଂ ବିଜେଡିକୁ ପ୍ରଶଂସା କରିଛନ୍ତି । ପିଏମ ମୋଦୀ କହିଛନ୍ତି ଏହି ଦୁଇର ସାଂସଦଙ୍କ ଠାରୁ ଶିକ୍ଷା ଲାଭ କରିବା ଦରକାର । ଏହି ଦୁଇ ଦଳ କେବେ ମଧ୍ୟ ଗୃହ ମଧ୍ୟକୁ ଆସି ହୋହାଲ୍ଲା କରି ନାହାନ୍ତି , କେବେ ବି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରି ନାହାନ୍ତି । ପିଏମ ମୋଦୀ ଏପରି ସମୟରେ ଏନସିପିର ପ୍ରଶଂସା କରିଛନ୍ତି ଯେତେବେଳେ ମହାରାଷ୍ଟ୍ରରେ ରାଜନୈତିକ ହଇଚଇ ତୀବ୍ର ହେବାରେ ଲାଗିଛି ଏବଂ ପାୱାରଙ୍କ ପାର୍ଟି ବିଜେପିର ସହଯୋଗୀ ଶିବସେନା ସହ ମିଶି ସରକାର କରିବାକୁ ଚେଷ୍ଟା କରୁଛି । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଚେକ ଏଣ୍ଡ ବାଲେନ୍ସ ସିଦ୍ଧାନ୍ତ ରାଜ୍ୟସଭାରେ ଲାଗୁ ହେବା ଦରକାର । ବାଧା ସୃଷ୍ଟି କରିବା ପରିବର୍ତ୍ତେ ଆମକୁ ସମ୍ୱାଦର ରାସ୍ତା ବାଛିବାକୁ ପଡିବ । ଦୁଇ ଦଳର ଉଲ୍ଲେଖ କରିବାକୁ ଚାହିଁବି- ଏନସିପି ଏବଂ ବିଜେଡି । ଦୁଇ ଦଳ ନିଜେ ନିଷ୍ପତ୍ତି ନେଇଥିଲେ ଯେ ଆମେ କେବେ ମଧ୍ୟ ୱେଲକୁ ଯିବୁ ନାହିଁ । ସେମାନେ କେବେ ମଧ୍ୟ ଏହି ନିୟମକୁ ଭାଙ୍ଗି ନାହାନ୍ତି । ଆମ ସମସ୍ତଙ୍କୁ ଏଥିରୁ ଶିଖିବା ଦରକାର । ୱେଲକୁ ନଯାଇ ମଧ୍ୟ ଲୋକଙ୍କ ହୃଦୟ, ବିଶ୍ୱାସ ଜିତି ପାରିବେ, ଏହା ଏହି ଦୁଇ ଦଳ ଦେଖାଇଛନ୍ତି । ଯେତେବେଳେ ଆମେ ବିରୋଧୀ ଦଳ ଥିଲୁ ଆମେ ମଧ୍ୟ ଏହି କାମ କରୁଥିଲୁ, ଆମକୁ ମଧ୍ୟ ଶିଖିବାର ଆବଶ୍ୟକତା ରହିଛି” ।  

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,  "250ତମ ଅଧିବେଶନ ଆପେ ଆପେ ଏହି ସମୟ ଅତିବାହିତ ହୋଇଥିବ ଏପରି ନୁହେଁ । ଏକ ବିଚାରର ଯାତ୍ରା ରହିଛି । ସମୟ ସହ ପରିସ୍ଥିତି ମଧ୍ୟ ବଦଳିଥିଲା ଏବଂ ଏହି ଗୃହ ପରିବର୍ତ୍ତିତ ପରିସ୍ଥିତିକୁ ଆତ୍ମସାତ କରି ନିଜକୁ ପରିସ୍ଥିତି ସହ ଚାଲିବାର ପ୍ରସାୟ କରିଥିଲା । ଗୃହର ସମସ୍ତ ସଦସ୍ୟ ଧନ୍ୟବାଦର ଯୋଗ୍ୟ । ଏକଦା ସମ୍ୱିଧାନ ନିର୍ମାତାଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଥିଲା ଯେ ଗୃହ ଗୋଟିଏ ରହିବ କି ଦୁଇଟି, କିନ୍ତୁ ଅନୁଭବ କରୁଛି ଯେ ସମ୍ୱିଧାନ ନିର୍ମାତାମାନେ  ଯେଉଁ ବ୍ୟବସ୍ଥା ଯେଇଛନ୍ତି ତାହା କେତେ ଉପଯୁକ୍ତ । ସେ କହିଛନ୍ତି ଲୋକସଭା ମାଟି ସହ ଜଡିତ ଥିବା ବେଳେ ରାଜ୍ୟସଭା ଦୂରଦର୍ଶୀ" ।  

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ରାଜ୍ୟସଭା ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ପାସ କରିଛି । ସେ କହିଛନ୍ତି, "ଏହି ଗୃହର ଅନ୍ୟ ଏକ ଲାଭ ଏହା ଯେ ପ୍ରତ୍ୟେକ ବ୍ୟକ୍ତି ପାଇଁ ନିର୍ବାଚନର ବୈତରଣୀ ପାର କରିବା ସହଜ ନୁହେଁ, କିନ୍ତୁ ଦେଶର ହିତରେ ତାଙ୍କର ଉପଯୋଗୀତ କମ ରହି ନଥାଏ, ତାଙ୍କର ଅନୁଭବ, ତାଙ୍କର ସମାର୍ଥ୍ୟ ମୂଲ୍ୟବାନ ହୋଇଥାଏ । ଯଦି ଆମେ ରାଜ୍ୟସଭାର 250 ଅଧିବେଶନର ବିଶ୍ଲେଷଣ କରିବା ତେବେ ଦେଖିବା ଯେ ଏଥିରେ ଅନେକ ବିଧାୟେକଙ୍କୁ ପାସ କରିଛି ଯାହା ପରବର୍ତ୍ତି ସମୟରେ ଆଇନ ହୋଇଛି । ଯାହା ଦେଶର ଶାସନକୁ ପରିଭାଷିତ କରୁଛି" । 

Subscribe

National International State Sports Entertainment