ଅଧୀର ରଞ୍ଜନଙ୍କୁ ଘେରିଲା ବିଜେପି, ସୋନିଆ ଗାନ୍ଧୀଙ୍କୁ କହିଲା “ଅନୁପ୍ରବେଶକାରୀ”
Khabar Odisha:National-politics-BJP-Seeks-Adhir-Ranjan-Chowdhury-Apology-And-Called-Sonia-Infiltrator
ନୂଆଦିଲ୍ଲୀ, ଡିସେମ୍ଵର ୦୨ (ଖବର ଓଡିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଅନୁପ୍ରବେଶକାରୀ କହିବା ଉପରେ ବିଜେପି ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଘେରିଛି । ବୟାନ ଫେରାଇ ନେବା ସହ ବିନା ସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ବିଜେପି ଦାବି କହିଛି । ବିଜେପି ସ୍ପଷ୍ଟ କରିଛି ଯେ ସେ ଏହି ଅପମାନଙ୍କୁ ବରଦାସ୍ତ ଯୋଗ୍ୟ ନୁହେଁ । 

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଟାର୍ଗେଟ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିଦେଶୀ ହୋଇଥିବା ଉପରେ ଟିପ୍ପଣୀ କରି ତାଙ୍କୁ ଅନୁପ୍ରବେଶକାରୀ କହିଛନ୍ତି । ଜୋଶୀ କହିଥିଲେ ଯେ, ତାଙ୍କୁ ଏହା କହିବାକୁ ପଡୁଛି ଯେ କଂଗ୍ରେସର ନେତୃତ୍ୱ ଜଣେ ଅନୁପ୍ରବେଶକାରୀଙ୍କ ହାତରେ ରହିଛି ।  

ପିଏମ ମୋଦୀ ଏବଂ ଶାହାଙ୍କ ଉପରେ କରିଥିବା ନିଜର ଟିପ୍ପଣୀ ଉପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସ୍ପଷ୍ଟୀକରଣ ଦେବାକୁ ଚେଷ୍ଟା କରିଥିଲେ । ସେ କହିଥିଲେ ଯଦି ବିଜେପି ତାଙ୍କ ଜବାବରେ ସନ୍ତୁଷ୍ଟ ନୁହେଁ ତେବେ ତେ କ୍ଷମା ମାଗିନେବେ । 

ଏହାପରେ ମଧ୍ୟ ବିଜେପି ସଦସ୍ୟମାନେ ନିଜର ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ । ଏହି କାରଣରୁ ବାଚସ୍ପତି ଓମ ବିର୍ଲା ଗୃହର କାର୍ଯ୍ୟକୁ ସ୍ଥଗିତ ରଖିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଥିଲେ ଏହି ଟପ୍ପଣୀ ସେହି ଲୋକଙ୍କ ଅପମାନ ଅଟେ, ଯେଉଁମାନେ ମୋଦୀଙ୍କୁ ଲୋକସଭାରେ ପୂର୍ଣ୍ଣ ଜନାଦେଶ ଦେଇଥିଲେ । ଏହି ବୟାନ ଦର୍ଶାଉଛି ଯେ କଂଗ୍ରେସ ଏବେ ମଧ୍ୟ ନିଜର ପରାଜୟକୁ ହଜମ କରିପାରିନି । 

Subscribe

National International State Sports Entertainment