“ରାଫେଲରେ ରାହୁଲ ଫେଲ” ନାରା ଦେଇ ସାରା ଦେଶର ପ୍ରଦର୍ଶନ କରିବ ବିଜେପି
Khabar Odisha:National-politics-BJP-Nationwide-Protest-Against-Congress-On-16th-November-2019
ନୂଆଦିଲ୍ଲୀ, ନଭେମ୍ଵର ୧୬ (ଖବର ଓଡିଶା) :

ବିଜେପି ରାଫେଲ ପ୍ରସଙ୍ଗ ଉପରେ କଂଗ୍ରେସ ବିରୋଧରେ ପ୍ରଦର୍ଶନ ଏବଂ ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ଉପରେ ସାରା ଦେଶରେ ଆକ୍ରାମକ ପ୍ରଚାର କରିବାର ନିଷ୍ପତି ନେଇଛି । ଆଜି “ରାଫେଲ ଉପରେ ରାହୁଲ ଫେଲ” ନାରା ସହ କଂଗ୍ରେସ ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ । 

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପାର୍ଟିର ନେତା ଏବଂ ପଦାଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି । ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟରୁ କ୍ଲିନ ଚିଟ ମିଳିବା ପରେ ରାହୁଲ ଗାନ୍ଧୀ ନିଜର ତଥ୍ୟହୀନ ଅଭିଯୋଗ ପାଇଁ ସାରା ଦେଶକୁ କ୍ଷମା ମାଗନ୍ତୁ ଦାବି ନେଇ ଶନିବାର ଦିନ ଭାରତୀୟ ଜନତା ପାର୍ଟି ସାରା ଦେଶରେ ପ୍ରଦର୍ଶନ କରିବ । 

ସମ୍ୱାଦ ସରବହାର ସଂସ୍ଥା ଏଏନଆଇରୁ ମିଳିଥିବା ସୂଚନା ଅନୁସାରେ ବିଜେପି ନେତା ଏବଂ କର୍ମୀ ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିବେ । ଏହାସହ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରତିବାଦ କରି ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳ ରାପେଲ ପ୍ରସଙ୍ଗରେ ଦେଶକୁ ଭ୍ରମିତ କରିଥିବାରୁ କ୍ଷମା ମାଗିବା ଦରକାର ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବ । 

ସୁପ୍ରିମକୋର୍ଟରୁ ମୋଦୀ ସରକାରକୁ କ୍ଲିନ ଚିଟ ମିଳିବା ପରେ ରାହୁଲ ସରକାରଙ୍କୁ ଘେରିବା ପାଇଁ ଦ୍ୱିତୀୟ ପନ୍ଥା ଆପଣାଇଥିଲେ । ରାହୁଲ ରାଫେଲର ତଦନ୍ତ ଜେପିସି ଦ୍ୱାରା କରାଯାଉ ବୋଲି ଦାବି କରିଥିଲେ । ଯାହାକୁ ସମସ୍ତେ ବିରୋଧ କରୁଛନ୍ତି । 

Subscribe

National International State Sports Entertainment