ସିଏଏ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲା କେରଳ, ଦାଏର କଲା ଯାଚିକା
Khabar Odisha:National-news-kerala-government-knocks-on-supreme-court-doors-against-amended-citizenship-law-seeks-to-declare-it-unconstitutional
ଭୁବନେଶ୍ୱର, ଜାନୁଆରୀ ୧୪ (ଖବର ଓଡ଼ିଶା):

କେରଳ ସରକାର ନାଗରିକତା ସଂଶୋଧନ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛି । ସୁପ୍ରିମକୋର୍ଟରେ ଏହି ଆଇନକୁ ଚ୍ୟାଲେଞ୍ଜ କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ ହୋଇଛି । କେରଳ ସରକାର ସିଏଏ ବିରୋଧରେ ସମ୍ୱିଧାନର ଧାରା 131 ଅନୁସାରେ ସୁଟ ଦାଏର କରିଛି । ଯାଚିକାରେ ଧାରା 131 ଭାରତ ସରକାର ଏବଂ ଅନ୍ୟ ରାଜ୍ୟ ମଧ୍ୟରେ କୌଣସି ବିବାଦ ସର୍ବୋଚ୍ଚକୋର୍ଟଙ୍କୁ ମୂଳ ଅଧିକାର ଦେଉଛି । 

ଏହା ପୂର୍ବରୁ କେରଳ ବିଧାନସଭା ଡିସେମ୍ୱରରେ ନାଗରିକତା ଆଇନ ବିରୋଧରେ ସଂକଳ୍ପ ପାରିତ ହୋଇଥିଲା । ଏଥିରେ କେନ୍ଦ୍ରର ଆଇନକୁ ଲାଗୁ ନ କରିବା ନେଇ ଦାବି କରାଯାଇଥିଲା । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ବିଧାନସଭାରେ ଉପସ୍ଥାନ କରିଥିଲେ । କେବଳ ବିଜେପି ବିଧାୟକ ଓ.ରାଜଗୋପାଳଙ୍କୁ ଛାଡି ଅନ୍ୟ ସବୁ ବିଧାୟକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । 

Subscribe

National International State Sports Entertainment