ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ନାହିଁ, 243ରୁ 200 ଆସନରେ ଜିତିବ ଏନଡିଏ-ନୀତୀଶ କୁମାର
Khabar Odisha:National-news-Nitish-Kumar-Said-There-Is-No-Discord-Between-JDU-BJP-NDA-Will-Won-200-Seat-In-Bihar-Elections-2020
ପାଟନା,ସେପ୍ଟେମ୍ବର 20 (ଖବର ଓଡ଼ିଶା):

ବିହାରରେ ସବୁ ଠିକ ଅଛି । ବିଜେପି-ଜେଡିୟୁ ମଧ୍ୟରେ ନାହିଁ ମତଭେଦ । 200ରୁ ଅଧିକ ଆସନରେ ଏନଡିଏ ବିଜୟୀ ହେବ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ବିହାର ବିଧାନସଭା ନିର୍ବାଚନ ଉପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନରେ 243ରୁ 200 ଆସନରୁ ଅଧିକ ସିଟ୍‌ରେ ଏନଡିଏ ବିଜୟୀ ହେବ ବୋଲି ନୀତୀଶ ଦମ୍ୱୋକ୍ତି ପ୍ରକାଶ କରିଛନ୍ତି । ପାଟନାରେ ହୋଇଥିବା ପାର୍ଟିର ବୈଠକରେ ସେ ଜେଡିୟୁ ଏବଂ ବିଜେପି ମଧ୍ୟ ଚାଲିଥିବା ତିକ୍ତତା ଖବରକୁ ଖାରଜ କରିଛନ୍ତି । ଏନଡିଏ ମେଣ୍ଟରେ କୌଣସି ତିକ୍ତତା ଏବଂ ଅସନ୍ତୋଷ ନାହିଁ । ମେଣ୍ଟକୁ ଯିଏ ମଧ୍ୟ କ୍ଷତି ପହଞ୍ଚାଇବାକୁ ଚାହିଁବ, ସିଏ ନିଜେ ଅସୁବିଧାର ପଡିବ । 

ନୀତୀଶ କୁମାର କହିଛନ୍ତି ଯେ ମୋର ଲୋକପ୍ରିୟତା ପାଇଁ ମୋତେ ଟାର୍ଗେଟ କରାଯାଉଛି । ମୋତେ ଟାର୍ଗେଟ କରି କିଛି ଲୋକଙ୍କୁ ଖୁସୀ ମିଳୁଛି, କିନ୍ତୁ ମୋର କାମ ପାଇଁ ସାରା ବିହାରକୁ ଖୁସୀ ମିଳୁଛି । ଏହା ମୋ ପାଇଁ ବଡ କଥା । 

ଏହାସହ ସେ କହିଛନ୍ତି ଯେଉଁମାନେ ମୋ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଚାହୁଁଛନ୍ତି, ସେମାନେ ଏହା ଚିନ୍ତା କରିବା ଦରକାର ଯେ ନିର୍ବାଚନ ପରେ ତାଙ୍କର କ’ଣ ହେବ ? ମୋ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ସେମାନେ ନିଜ ଭବିଷ୍ୟତ କଥା ଚିନ୍ତା କରନ୍ତୁ । 

ନିଜ ବିରୋଧରେ ଦିଆଯାଉଥିବା ନିନ୍ଦାତ୍ମକ ଟିପ୍ପଣୀ ଉପରେ ପ୍ରତିକ୍ରିୟା ନଦେବାକୁ ନୀତୀଶ କୁମାର ଦଳର କାର୍ଯ୍ୟକାର୍ତ୍ତାଙ୍କୁ ଅପିଲ କରିଛନ୍ତି । ସିଏମ କହିଛନ୍ତି 2010 ବିଧାନସଭା ନିର୍ବାଚନକୁ ମନେ ପକାଇବାକୁ କହିଛନ୍ତି । ଆଂଶକା ପ୍ରକାଶ କରାଯାଇଥିଲା ଯେ ଆମକୁ ବହୁମତ ମିଳିବନି କିନ୍ତୁ 243ଟି ଆସନରୁ 206ଟିରେ ବିଜୟୀ ହୋଇଥିଲୁ । ଆଶ୍ୱସ୍ତ ରୁହନ୍ତୁ ଆସନ୍ତା ବର୍ଷରେ ମଧ୍ୟ 200ରୁ ଅଧିକ ଆସନ ଜିତିବୁ । 

Subscribe

National International State Sports Entertainment