ପୂର୍ବେ କିଛି ଦଳ ବିଜେପି ଘୋଷଣା ପତ୍ରର ମଜା ଉଡାଉଥିଲେ, ଏବେ ମନ୍ଦିର ନିର୍ମାଣକୁ କେହି ରୋକି ପାରିବେନି-ରାଜନାଥ
Khabar Odisha:National-news-Jharkhand-Assembly-Election-Rajnath-Singh-Says-We-Are-Going-To-Build-A-Grand-Temple-Of-Lord-Ram
ରାଞ୍ଚି, ଡିସେମ୍ବର ୦୧ (ଖବର ଓଡ଼ିଶା):

ଝାରଖଣ୍ଡ ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ସବୁ ବଡ ନେତା ରାଜ୍ୟରେ ନିର୍ବାଚନୀ ପ୍ରଚାର କରିବା ପାଇଁ ପହଞ୍ଚିଛନ୍ତି । ଏହି ଖିଅରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ମଧ୍ୟ ବୋକାରୋ ପହଞ୍ଚିଛନ୍ତି । ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ରାଜନାଥ ସିଂହ କହିଛନ୍ତି ଆମେ ରାମଲଲାଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବୁ । 

ରାଜନାଥ ସିଂହ ଏଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସମ୍ୱୋଧିତ କରି କହିଛନ୍ତି ଆମେ ରାମଲଲାଙ୍କ ଜନ୍ମଭୂମିରେ ଭଗବାନ ରାମଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଯାଉଛୁ, ଯେପରି ଆମେ ଆମ ଘୋଷଣା ପତ୍ରରେ କୁହାଯାଇଥିଲା । କିଛି ଦଳ ଆମର ଏହି ପ୍ରତିଶ୍ରୁତି ଉପରେ ମଜା ଉଡାଉଥିଲେ, କିନ୍ତୁ ଏବେ ମନ୍ଦିର ନିର୍ମାଣ କରିବାକୁ କେହି ମଧ୍ୟ ରୋକି ପାରିବେନି । 

ରକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ପ୍ରଥମ ଚରଣ ନିର୍ବାଚନରେ ସ୍ପଷ୍ଟ ହୋଇଛି ଯେ ଝାରଖଣ୍ଡରେ ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ବହୁମତ ହାସଲ କରିବ । କେହି ମଧ୍ୟ ବିଜେପିର ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଙ୍ଗଳି ନିର୍ଦ୍ଦେଶ କରି ପାରିବନି ଯେ ସେମାନେ ଭ୍ରଷ୍ଟ । ସେ କହିଛନ୍ତି ଆମେ ଦେଶର ପ୍ରତିଟି ରାଜ୍ୟରେ ନାଗରିକଙ୍କ ପାଇଁ ଏନଆରସି ଲାଗୁ କରିବୁ । ପ୍ରତ୍ୟେକ ଭାରତୀୟଙ୍କୁ ଜାଣିବାର ଅଧିକାର ରହିଛି ଯେ ତାଙ୍କ ଭୂମିରେ କେଉଁ ପ୍ରବାସୀମାନେ ଅବୈଧ ଭାବେ ରହିଛନ୍ତି । କିଛି ଦଳକୁ ଏଥିରେ ମଧ୍ୟ ଆମର ଭୁଲ ଦେଖାଯାଉଛି, ସେମାନେ ଆମ ଉପରେ ସାଂପ୍ରଦାୟିକ ହେବାର ଅଭିଯୋଗ କରୁଛନ୍ତି ।  

Subscribe

National International State Sports Entertainment