ଜନ ଆଶୀର୍ବାଦ ଯାତ୍ରା: “ଅଟଳ ଜୀ ଝାଡଖଣ୍ଡ କରିଥିଲେ, ମୋଦୀ ଜୀ ଏହାକୁ ସମୃଦ୍ଧ କରିଛନ୍ତି”-ଶାହା
Khabar Odisha:National-news-Amit-Shah-And-Jharkhand-CM-Raghubar-Das-Attacks-On-Congress-Jmm-Jvm-In-Jan-Ashirwad-Yatra
ରାଞ୍ଚି,ସେପ୍ଟେମ୍ବର ୧୮(ଖବର ଓଡିଶା)

ଝାଡଖଣ୍ଡର ଜାମତାଡାରୁ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଦେଶର ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜେପିର ନିର୍ବାଚନୀ ବିଗୁଳ ବଜାଇଛନ୍ତି । ଜୋହାର ଝାଡଖଣ୍ଡ କହି ଲୋକଙ୍କୁ ଅଭିବାଦନ କରି ଅମିତ ଶାହା କହିଥିଲେ ଝାଡଖଣ୍ଡ ଗୋଟିଏ ରାଜ୍ୟ ହେଉ, ଏହି ଦାବି ଅନେକ ସମୟ ଧରି ଉଠିଥିଲା, କିନ୍ତୁ  ଏହି ସ୍ୱପ୍ନ ଅଟଳ ଜୀଙ୍କ ସରକାର ପୂରଣ କରିଥିଲା । ଅଟଳ ଜୀ ଝାଡଖଣ୍ଡ କରିଥିଲେ ଏବଂ ମୋଦୀ ଜୀ ଏହାକୁ ସମୃଦ୍ଧ କରିଛନ୍ତି । 

ଗୃହମନ୍ତ୍ରୀ କହିଛନ୍ତି ଆମେ ପୂର୍ବରୁ ସରକାର କରିଥିଲୁ, କିନ୍ତୁ ସରକାରକୁ ଭଙ୍ଗା ଯାଇଥିଲା । ଆପଣମାନେ ଆମକୁ ପୂର୍ଣ୍ଣ ବହୁମତ ପ୍ରଦାନ କଲେ ଏବଂ ଆମେ ରଘୁବର ଦାସଙ୍କ ନେତୃତ୍ୱରେ ଝାଡଖଣ୍ଡର ବିକାଶ କରିଛୁ । ଶାହା କହିଛନ୍ତି, "ରଘୁବାର ଜୀ ଜନ ଆଶୀର୍ବାଦ ନେଇ ବାହାରିଛନ୍ତି, ଉପରେ ମୋଦୀ ଜୀଙ୍କ ସରକାର ଆପଣ କରିଛନ୍ତି । ଏଠାରେ ମଧ୍ୟ ପୁଣି ଥରେ ରଘୁବର ଦାସ ଜୀଙ୍କ ସରକାର ଗଠନ କରନ୍ତୁ, ଏହି ଦୁଇ ସରକାର ମିଶି ଝାଡଖଣ୍ଡକୁ ଦେଶର ଏକ ନମ୍ୱର ପ୍ରଦେଶରେ ପରିଗଣିତ କରିବେ" । 

ଶାହା କହିଛନ୍ତି 2004-14 ମଧ୍ୟରେ କଂଗ୍ରେସକୁ କେନ୍ଦ୍ରରେ 10 ସରକାର ଚଲେଇବାକୁ ସୁଯୋଗ ମିଳିଲା । 13ତମ ଅର୍ଥ କମିଶନରେ କଂଗ୍ରେସ ମାତ୍ର 55,200 କୋଟି ଟଙ୍କା ଝାଡଖଣ୍ଡକୁ ଦେଇଥିଲା, କିନ୍ତୁ ମୋଦୀ ଜୀ 14ତମ ଅର୍ଥ କମିଶନରେ 1,45,345 କୋଟି ଟଙ୍କା ଝାଡଖଣ୍ଡକୁ ଦେଇଥିଲେ । 

ଧାରା 370କୁ ନେଇ ନିଜର ମତ ସ୍ପଷ୍ଟ କରନ୍ତୁ ରାହୁଲ ଗାନ୍ଧୀ

ମୋଦୀ ଜୀ ଧାରା 370କୁ ଉଚ୍ଛେଦ କରି କାଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ କରିଲେ କିନ୍ତୁ ବିରୋଧୀଙ୍କୁ ଏଥିରେ ମଧ୍ୟ ଅସୁବିଧା ହୋଇଥିଲା । କଂଗ୍ରେସ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସାଂସଦମାନେ ଏହାର ବିରୋଧରେ ଭୋଟ ଦେଲେ । ରାହୁଲ ଗାନ୍ଧୀ ସ୍ପଷ୍ଟ କରନ୍ତୁ ଯେ ସେ ଧାରା 370 ଉଚ୍ଛେଦ ସପକ୍ଷରେ ନା ବିପକ୍ଷରେ ? 

Subscribe

National International State Sports Entertainment