ଦିଲ୍ଲୀ ନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇବେ ପିଏମ ମୋଦୀ, ଫେବ୍ରୁଆରୀ ତିନି ଏବଂ ଚାରିରେ କରିବେ ରାଲି
Khabar Odisha:National-news--Delhi-Assembly-Elections-2020-Pm-Modi-Rally-East-Delhi-And-Dwarka-On-3-4-Feburary
ନୂଆଦିଲ୍ଲୀ,ଜାନୁଆରୀ ୨୯ (ଖବର ଓଡ଼ିଶା):

ଦିଲ୍ଲୀ ନିର୍ବାଚନ ମତଦାନ ପାଇଁ ଏକ ସପ୍ତାହ ବାକି ରହିଛି । ସବୁ ରାଜନୈତିକ ଦଳ ନିଜର ସବୁ ଶକ୍ତି ପ୍ରଚାରରେ ଲଗାଉଛନ୍ତି । ଏବେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ରଣକୁ ଓହ୍ଲାଇବାକୁ ଯାଉଛି । ପିଏମ ମୋଦୀ ଫେବ୍ରୁଆରୀ 3ରେ ପୂର୍ବ ଦିଲ୍ଲୀ ଏବଂ ଫେବ୍ରୁଆରୀ 4ରେ ଦ୍ୱାରକାରେ ରାଲିକୁ ସମ୍ୱୋଧନ କରିବେ । 

ଯଦିଓ, ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂହଙ୍କ ପରି ବରିଷ୍ଠ ନେତା ପୂର୍ବରୁ ହିଁ ପ୍ରଚାରରେ ଲାଗିଛନ୍ତି । କିନ୍ତୁ ପିଏମ ମୋଦୀ ବର୍ତ୍ତମାନ ସୁଦ୍ଧା କୌଣସି ରାଲିକୁ ସମ୍ୱୋଧିନ କରିନାହାନ୍ତି । ବଜେଟ ପରେ ତାଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଯିବ । 

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଫେବ୍ରୁଆରୀ 8ରେ ମତଦାନ ହେବ ଏବଂ ଫେବ୍ରୁଆରୀ 11ରେ ମତ ଗଣନା ପରି ପରିମାଣ ଆସିବ । ନାମାଙ୍କନ ପରେ ସବୁ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ବିଭିନ୍ନ ସ୍ଥାନରେ ରୋଡ ଶୋ କରାଯାଉଛି । ଆପ ବିଜୁଳି, ମାଗଣା ପାଣି ପରି କାମକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ବିଜେପି ଅବୈଧ କଲୋନୀଙ୍କୁ ନିୟମିତ କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି । ଅନ୍ୟପଟେ କଂଗ୍ରେସ ମୁକାବିଲାକୁ ତ୍ରିକୋଣୀୟ କରିବାକୁ ପ୍ରସାୟ କରୁଛି ।  

Subscribe

National International State Sports Entertainment