ଭୋପାଳ: ନିଜ ସରକାର ବିରୋଧରେ ଧରଣାରେ ବସିଲେ କଂଗ୍ରେସ ବିଧାୟକ, ଉଠାଇଲେ ଦାବି
Khabar Odisha:National-news---Congress-MLA-Munnalal-Goyal-Sits-On-Dharna-Against-Kamalnath-Government-Ask-Him-To-Fulfill-Promises
ଭୋପାଳ, ଜାନୁଆରୀ ୧୮ (ଖବର ଓଡ଼ିଶା):

ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକ ନିଜ ସରକାରଙ୍କ ବିରୋଧରେ ଧାରଣାରେ ବସିଛନ୍ତି । ତାଙ୍କ କହିବା ଅନୁସାରେ ନିର୍ବାଚନ ସମୟରେ ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶୃତି ପୁରଣ କରାଯିବା ଦରକାର । ଏହି ବିଧାୟକଙ୍କ ନାଁ ମୁନ୍ନଲାଲ ଗୋୟଲ । ସେ ଭୋପାଳରେ ରାଜ୍ୟ ବିଧାନସଭା ବାହାରେ ନିଜର ସମର୍ଥକଙ୍କ ସହ ଧାରଣାରେ ବସିଛନ୍ତି । 

ମୁନ୍ନାଲଲ ଗୋୟଲ କହିଛନ୍ତି, ଏହା ଆମର ନିର୍ବାଚନ ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶୃତିଙ୍କୁ ମନେ ପକାଇବା ପାଇଁ ଅଟେ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛି ଯେଉଁଥିରେ ପ୍ରତିଶୃତି ପୁରଣ କରିବା ପାଇଁ କହିଛି କିନ୍ତୁ କିଛି ହେଲା ନାହିଁ । ଏହି କାରଣରୁ ମୁଁ ଏଠାରେ ଧାରଣାରେ ବସିଛି । ଏହା ପ୍ରଥମଥର ନୁହେଁ ଯେତେବେଳେ କମଳନାଥ ସରକାରଙ୍କ ବିରୋଧ ହେଉଛି । 

ଏହା ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହ ସରକାର ବିରୋଧରେ ସ୍ୱର ଉଠାଇ ସାରିଛନ୍ତି । 2019 ସିପ୍ଟେମ୍ୱର 19ରେ ଲକ୍ଷ୍ମଣ ଭୋପାଳରେ କହିଥିଲେ ଯେ, ଆମେ ରାଜ୍ୟରେ କୃଷକଙ୍କୁ ଦେଇଥିବା ଋଣଛାଡ଼ ପ୍ରତିଶୃତିକୁ ପୁରଣ କରିବାରେ ସଫଳ ହୋଇନୁ । ରାହୁଲ ଗାନ୍ଧୀଙ୍କୁ କୃଷକଙ୍କୁ କ୍ଷମା ମାଗିବା ଦରକାର ଏବଂ ତାଙ୍କୁ ସ୍ପଷ୍ଟ କରିବା ଦରକାର ଯେ ଋଣଛାଡ଼ ପାଇଁ କେତେ ସମୟର ଲାଗିବ । ଏହାଦ୍ୱାରା ଅସନ୍ତୋଷ କୃଷକଙ୍କ ମଧ୍ୟରେ ଭଲ ସନ୍ଦେଶ ।  

Subscribe

National International State Sports Entertainment