ମହାରାଷ୍ଟ୍ର:୧୪ହଜାରରୁ ଉର୍ଦ୍ଧ୍ୱ ପଂଚାୟତରେ ମତଦାନ ଜାରି, କରୋନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
Khabar Odisha:Nation-Maharastra-Panchyat-election-in-Maharastra-begisn-continued-till-530-pm-today

ମୁମ୍ବାଇ, ଜାନୁଆରୀ ୧୫ (ଖବର ଓଡ଼ିଶା): ମହାରାଷ୍ଟ୍ରର ୩୪ଟି ଜିଲ୍ଲାର ୧୪ ହଜାର ୨୩୪ଟି ଗ୍ରାମପଂଚାୟତରେ ଆଜି ମତଦାନ ଜାରି ରହିଛି । କିଛି ଗାଁରେ ବିନା ପ୍ରତିନ୍ଦ୍ୱନ୍ଦୀତାରେ ପ୍ରାର୍ଥୀ ଚୟନ ହୋଇଛି । ମତଦାନ ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଜାରି ରହିବ । ନକ୍ସଲ ପ୍ରଭାବିତ ଅଂଚଳରେ ଅପରାହ୍ନ ସାଢ଼େ ୩ଟା ଯାଏଁ ଭୋଟିଂ ହେବ । 

ରାଜ୍ୟ ନିର୍ବାଚନ କମିଶନର ୟୁପିଏସ ମଦାନ କହିଛନ୍ତି, ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗୁରୁବାର ଅପରାହ୍ନରେ ତହସିଲ କାର୍ଯ୍ୟାଳୟରୁ ଇଭିଏମ ମେସିନ ସହିତ ପୋଲିଂ କର୍ମଚାରୀମାନେ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଥିଲେ । ନିର୍ବାଚନ ଲାଗି ଲକ୍ଷାଧିକ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି ବୋଲି ସେ କହିଛନ୍ତି ।  

ଗତ ବର୍ଷ ଏପ୍ରିଲରୁ ଜୁନ ମାସରେ ରାଜ୍ୟର ୧୫୬୬ ଗ୍ରାମପଂଚାୟତରେ ନିର୍ବାଚନ ହେବାର ଥିଲା । କରୋନା ଭାଇରସ ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚ ୧୭ରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । କରୋନା ସଂକ୍ରମିତ ଏବଂ କ୍ୱାରେଣ୍ଟାଇନରେ ରହୁଥିବା ମତଦାତାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 

 

  • Tags:

Subscribe

National International State Sports Entertainment