ଦିଲ୍ଲୀ ବିଧାନସଭା ନିର୍ବାଚନ: ୧୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ନ କରି ଦ୍ୱନ୍ଦ୍ୱ ବଢ଼ାଇଲା କଂଗ୍ରେସ
Khabar Odisha:Nation-Congress-has-made-suspense-by-not-declaring-candidates-of-some-seats

ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା): ଆଗାମୀ ଫେବୃଆରୀ ୮ ତାରିଖ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ବାକି ୧୬ଟି ଆସନରେ କେଉଁମାନେ ପ୍ରାର୍ଥୀ ହେବେ ତାହା ଘୋଷଣା କରି ନାହିଁ । ତେଣୁ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଟିକେଟ ଖଣ୍ଡେ ପାଇବା ପାଇଁ ଉତ୍କଣ୍ଠା ବଢ଼ିଛି । କେବଳ ସେତିକି ନୁହେଁ, କଂଗ୍ରେସର ଶେଷ ୧୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କୁହାଯାଉଛି ପ୍ରାୟ ୧୨ଟି ଆସନରେ ରଣନୀତି ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା ହୋଇପାରି ନାହିଁ । ଅନ୍ୟ ୪ଟି ଆସନ ରାଷ୍ଟ୍ରୀୟ ଜନତା ଦଳକୁ ମିଳିପାରେ । ଏହି ୪ଟି ଟିକେଟକୁ ହାତେଇବା ପାଇଁ ଆରଜେଡିର ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିଛି । 

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବୁରାଡ଼ି, କରାୱଲ ନଗର, ପାଲମ ଓ ଉତ୍ତମ ନଗରର ଆସନ କଂଗ୍ରେସ ନିଜର ସହଯୋଗୀ ଆରଜେଡିକୁ ଦେବ । ଏହି ୪ଟି ଆସନରେ ପୂର୍ବାଞ୍ଚଳର ଲୋକେ ଅଧିକ ବସବାସ କରୁଛନ୍ତି । ପାର୍ଟି ପୂର୍ବାଞ୍ଚଳ ନେତା ମହାବଳ ମିଶ୍ରଙ୍କ ପୁଅ ବିନୟ ମିଶ୍ର ଆପକୁ ଯିବା ପରେ ପଦକ୍ଷେପ ନେଇଛି । କିନ୍ତୁ ମାଦୀପୁର, ବିଜଭାସନ, ମହରୌଲି ଓ ରାଜେନ୍ଦ୍ର ନଗର ଆସନକୁ ଏକ ରଣନୀତି ଯୋଗୁଁ ଘୋଷିତ କରି ନାହିଁ । ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ ଏହି ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ନିର୍ଦ୍ଧାରଣ କରାଯାଇଛି । 

 

  • Tags:

Subscribe

National International State Sports Entertainment