ବିଜେପି ବିରୋଧରେ ଏକାଠି ହେବା ପାଇଁ ସମସ୍ତ ବିରୋଧି ଦଳଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଦିଦ
Khabar Odisha:Mamata-Banerjee-writes-letter-to-all-opposition-parties-to-unite-against-BJP-Didi-also-writes-letter-to-Chief-Minister-Naveen-Patnaik

କୋଲକାତା, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଓ ମମତା ବାନାର୍ଜୀଙ୍କ ଟିଏମସି ମଧ୍ୟରେ ଏବେ ପଶ୍ଚିମବଙ୍ଗରେ ରାଜନୈତିକ ଯୁଦ୍ଧ ଦେଖିବାକୁ ମିଳୁଛି । ଯାହା ବର୍ତମାନ ପୁରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଛି । ଏଭଳି ସ୍ଥିତିରେ ବିଜେପି ବିରୋଧରେ ଏକାଠି ହେବାକୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧି ଦଳ ନେତା ମାନଙ୍କୁ ଚିଠି ଲେଖି ଅପିଲ କରିଛନ୍ତି ।

ପଶ୍ଚିମବଙ୍ଗରେ ବିଜେପିର ରଣ ହୁଙ୍କାର ଦେଖି ଦିଦି ବିଚଳିତ ଥିବା ଚର୍ଚ୍ଚା ହେଉଥିବା ବେଳେ ବର୍ତମାନ ଦିଦିଙ୍କ ଏଭଳି ଚିଠି କୁ ନେଇ ସମାଲୋଚନା ବଢିଛି । ତେବେ ଗଣତନ୍ତ୍ର ବଞ୍ଚାଓ ବା ଗଣତନ୍ତ୍ର ର ସୁରକ୍ଷାର ନାରା ଦେଇ ମମତା ବାନାର୍ଜୀ ସୋନିଆ ଗାନ୍ଧୀ, ସରଦ ପୱାର, କେଜରିୱାଲ, ଅଖିଲେଶ ୟାଦବ୍‌, ଉଧବ୍ ଠାକରେ ସମେତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖି ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ଚିଠି ଲେଖିଛନ୍ତି ।

ତେବେ ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି ମଧ୍ୟରେ ମମତା ବାନାର୍ଜୀଙ୍କ ବିଜେପି ବିରୋଧରେ ଏକାଠି ହେବା ତଥା ଗଣତନ୍ତ୍ର ବଞ୍ଚାଓ ଆନ୍ଦୋଳନ କେତେ ସଫଳ ତାହା ଦେଖିବାକୁ ବାକି ରହିଲା ।

  • Tags:

Subscribe

National International State Sports Entertainment