ଆଜି ଲୋକସଭା ଏଥିକ୍ସି କମିଟିରେ ହାଜର ହୋଇଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲାରେ ଆଜି ଏଥିକ୍ସ କମିଟିରେ ହାଜର ହୋଇଥିଲେ । ସୂଚନା ମୁତାବକ, ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ହାଜର ହୋଇଥିଲେ ମହୁଆ । ଏଥିକ୍ସ କମିଟି ୨ ଘଣ୍ଟା ଯାଏ ଆଇଟି, ବିଦେଶ ଓ ଗୃହ ମନ୍ତ୍ରଣାଳୟର ରିପୋର୍ଟ ଯାଞ୍ଚ କରିବା ପରେ ମହୁଆଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା। ଏହାପରେ ସେ କମିଟି ଆଗରେ ହାଜର ହୋଇ ଦେଢ଼ ଘଣ୍ଟା ଯାଏ ନିଜ ପକ୍ଷ ରଖିଥିଲେ ।
ତେବେ ସଦ୍ୟ ସୂଚନା ଯାହା ରହିଛି ଯେ ସଂସଦର ଏଥିକ୍ସ କମିଟିର ବୈଠକରେ ହଙ୍ଗାମା ସୃଷ୍ଟି ହୋଇଛି । ମହୁଆଙ୍କୁ ସାଙ୍ଗରେ ଧରି ବୈଠରୁ ବାହାରି ଗଲେ ବିରୋଧୀ ସଦସ୍ୟ। ଜଣେ ମହିଳାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରା ଯାଇଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ଆପଣଙ୍କ କେଉଁ ସମୟରେ କାହା ସହ ଦେଖାସାକ୍ଷାତ ହେଉଛନ୍ତି, କାହା ସହ କେତେବେଳେ କଥା ହେଉଛନ୍ତି, ହୋଟେଲରେ କାହା ସହ ଦେଖାକରୁଛନ୍ତି , ରାତିରେ କାହା ସହ କଥା ହେଉଛନ୍ତି ଭଳି ମହୁଆଙ୍କୁ ପ୍ରଶ୍ନ ପଚରାଯାଇଛି। ଏହି ପ୍ରଶ୍ନ ଗୁଡିକ ବେଶ୍ ବ୍ୟକ୍ତିଗତ। ଏହାକୁ ଗୋପନୀୟ ରଖାଯିବ ବୋଲି ପୂର୍ବରୁ କମିଟି କହିଥିଲା। କିନ୍ତୁ ତାହା ନ କରି ମହୁଆଙ୍କୁ ଅଯୁକ୍ତିକର ପ୍ରଶ୍ନ ପଚରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ତେବେ ଦର୍ଶନ ହିରାନନ୍ଦାନୀ ହେଉଛନ୍ତି ତାଙ୍କର ପୁରୁଣା ବନ୍ଧୁ ବୋଲି କହିଛନ୍ତି ମହୁଆ। କିନ୍ତୁ ସେ ତାଙ୍କ ଠାରୁ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ।
ଅଧିକ ପଢନ୍ତୁ ;- ଲାଞ୍ଚ ମାଗିବା ଅଭିଯୋଗରେ ଗିରଫ ହେଲେ ୨ ଇଡି ଅଧିକାରୀ