ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଝିରବଲ ଶୁକ୍ରବାର ଆଶ୍ଚର୍ଯ୍ୟଜନକ ଭାବେ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁ ପଡିଛନ୍ତି । ସୌଭାଗ୍ୟର ବିଷୟ ସୁରକ୍ଷା ଜାଲ ଥିବାରୁ ସେଥିରେ ସେ ପଡିଥିଲେ ଏବଂ ତାଙ୍କର କିଛି କ୍ଷତି ଘଟିନାହିଁ । ଅଜିତ ପାୱାର ଗୋଷ୍ଠୀର ବିଧାୟକ ଝିରବଲଙ୍କୁ ବଞ୍ଚାଇବା ପାଇଁ ସୁରକ୍ଷାକର୍ମୀଙ୍କୁ ବେଶ ପରିଶ୍ରମ କରିବାକୁ ପଡିଥିଲା ।
ଧନଗର ସମାଜକୁ ଏସଟି କୋଟାର ସଂରକ୍ଷଣ ଦେବାକୁ ବିରୋଧ କରି ସେ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁ ପଡିଥିଲେ । ତାଙ୍କ କହିବା କଥା ତାଙ୍କ ଦାବି ପ୍ରତି ସକରାର କର୍ଣ୍ଣପାତ କରୁ ନାହାନ୍ତି । ଏଥିପାଇଁ ସେ ଅସନ୍ତୁଷ୍ଟ ହୋଇ ମନ୍ତ୍ରଣାଳୟର ମହଲାରୁ ଡେଇଁ ପଡିଥିଲେ ।
ମହାରାଷ୍ଟ୍ରରେ ଗତ ଚାରି ଦିନରେ ଆଦିବାସୀ ବିଧାୟକ ଅସନ୍ତୋଷ ଜଣା ପଡୁଥିଲେ । ଶୁକ୍ରବାର କ୍ୟାବିନେଟ୍ ବୈଠକ ହୋଇଥାଏ । ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥାନ୍ତି, ମାତ୍ର ବହୁତ ଚେଷ୍ଟା ପରେ ବି ଆଜି ମୁଖ୍ୟମନ୍ତ୍ରୀ ଭେଟି ପାରି ନ ଥିଲେ । ତେଣୁ ସେ କ୍ଷୁବ୍ଧ ହୋଇ ନିଜ ସରକାର ବିରୋଧରେ ମନ୍ତ୍ରଣାଳୟର ତିନି ମହଲାରୁ ଡେଇଁ ପଡିଥିଲେ ।
କୁହାଯାଉଛି ଉପ ବାଚସ୍ପତି ନରହରି ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନ ଆସିଥିଲେ । ମାତ୍ର ସେଠାରେ ବି ତାଙ୍କର ସିଏମଙ୍କ ସହ ସାକ୍ଷାତ ହୋଇ ପାରି ନ ଥିଲା । ଏହା ପରେ ଆଜି ସେ ମନ୍ତ୍ରଣାଳୟକୁ ଯାଇଥିଲେ ।