ଭୁବନେଶ୍ୱର, ଜାନୁଆରୀ ୩ ( ଖବର ଓଡ଼ିଶା):
ଭୁବନେଶ୍ୱର, 3 ଜାନୁଆରୀ-ବିବାଦରେ ମନ୍ତ୍ରୀ ପ୍ରତାପ ଜେନା.....ନିଜ ନିର୍ବାଚନ ମଣ୍ଡଳୀରେ ହୋଇଥିବା ରାଜନୈତିକ ହତ୍ୟାକାଣ୍ଡକୁ ନେଇ ବିବାଦକୁ ଆସିଛନ୍ତି ପ୍ରତାପ ଜେନା.....ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ସୁରକ୍ଷା ଦେଇଛନ୍ତି ଖୋଦ୍ ମାହାଙ୍ଗା ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା.....ଏପରିକି ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନେ ଘଟଣା ପୂର୍ବରୁ ମନ୍ତ୍ରୀଙ୍କୁ ଭେଟିଥିବା ଗଣମାଧ୍ୟମରେ ସ୍ୱୀକାର କରିଛନ୍ତି ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା । ଆଉ ପ୍ରତାପଙ୍କ ଏପରି ବୟାନ୍ ତାଙ୍କୁ ରାଜନୈତିକ ମହଲରେ ପୁଣି ଚର୍ଚ୍ଚାକୁ ଆଣିଛି । ସେପଟେ ପ୍ରତାପଙ୍କ ଏପରି କାର୍ଯ୍ୟକୁ ନେଇ ତାଙ୍କୁ ଟାର୍ଗେଟ କରିଛି ବିଜେପି । ଯେହେତୁ ପ୍ରତାପ ଜେନା ମାହାଙ୍ଗା ମାଟିର ନୁହଁନ୍ତି ସେଥିପାଇଁ ସେ ସଂସ୍କୁତି ସମ୍ପନ୍ନ ମାହାଙ୍ଗାକୁ ଅଶାନ୍ତି ସୃଷ୍ଟି କରୁଛନ୍ତି । ଗୋଟିଏ ପଟେ ଅହିଂସାକୁ ମୁଖବନ୍ଧରେ ସାମିଲ କରିବା କଥା ଦଳର ମୁଖିଆ କହୁଥିବା ବେଳେ ନିଜ ଦଳର ନେତା ତଥା ମନ୍ତ୍ରୀ କେମିତି ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି ଏହାକୁ ପ୍ରଶ୍ନ କରିଛି ବିଜେପି ନେତା ଶାରଦା ପ୍ରଧାନ । ସେପଟେ ଏପରି ରାଜନୈତିକ ହତ୍ୟାକାଣ୍ଡ ସଭ୍ୟ ସମାଜରେ ଗ୍ରହଣୀଯ ନୁହେଁ ବୋଲି କହିଛି କଂଗ୍ରେସ । ଆଉ ରାଜ୍ୟରେ ରାଜନୈତିକ ହିଂସା ଆରମ୍ଭ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।