ଶଙ୍ଖ ଛାଡି ପଦ୍ମ ଧରିଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା। ଗୁରୁବାର ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ କୁଲେସିକା ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଜେପିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ୍ ହୋଇଛନ୍ତି। କୈଳାସ ଚନ୍ଦ୍ର କୁଲେସିକାଙ୍କ ସହ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ବିଜେଡି ଛାଡ଼ିବା ପରେ ଦଳ ଉପରେ ପ୍ରବଳ ବର୍ଷିଛନ୍ତି କୈଳାସ କୁଲେସିକା। ସେ କହିଛନ୍ତି, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ କଥା ଦେଇଥିଲେ, ସେ ରକ୍ଷା କରିବେ ବୋଲି ମୋର ଆଶା ଥିଲା। ସେହି ଆଶା ମୋର ଧୂଳିସାତ ହୋଇଯାଇଛି। ମୋର ବିଶ୍ୱାସରେ ବିଷ ଦିଆଯାଇଛି। ସେଏକଥା ମଧ୍ୟ କହିଛନ୍ତି, ଯେ ମୁଁ ବିଜେଡିରେ ମିଶିବାକୁ ଅନୁରୋଧ କରିନଥିଲି। ବିଜେଡିରେ ମିଶିବାକୁ ମୋତେ ଆହ୍ୱାନ କରାଯାଇଥିଲା। ବିଜେଡିରେ ମିଶିବା ପରେ ଲକ୍ଷ୍ମୀପୁରରେ ପ୍ରାର୍ଥୀ କରାଯିବ ବୋଲି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୋତେ କହିଥିଲେ। ଏବେ ଲକ୍ଷ୍ମୀପୁରରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯିବା ପରେ ମୋତେ ପ୍ରୋଲଭନ ଦେଖାଉଛନ୍ତି। ମୋତେ କୋଟିଏ ଟଙ୍କା ଦିଆଯିବ ବୋଲି କହୁଛନ୍ତି। ସରକାର ହେବା ପରେ ଏସ୍ଡିସି ଉପଦେଷ୍ଟା ପଦ ଦିଆଯିବ ବୋଲି ମଧ୍ୟ କହୁଛନ୍ତି। ଟିକେଟ ନଦେଇ ଏହି ଲାଳସା ମୋତେ ଦେଖାଉଛନ୍ତି। ମୋତେ ଲକ୍ଷ୍ମୀପୁରର ପ୍ରାର୍ଥୀ ନ କରି କୋଟିଏ ଟଙ୍କାର କିଣିବାକୁ ଯେଉଁ ପ୍ରୟାସ କଲେ ମୋ ହୃଦୟକୁ ବାଧିଛି । ମୁଁ ଗୋଟେ ସ୍ୱାଭିମାନୀ ଆଦିବାସୀ ପିଲା ଅଟେ । ଏତେ ବାଧିଲା ଯେ ମୁଁ ବାଧ୍ୟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛି। ମୋ ଲୁହ ବିଜୁ ଜନତା ଦଳ ଉପରେ ପଡ଼ିବ। ସେମାନଙ୍କ ଉପରେ ମୋର ଅଭିଶାପ ପଡ଼ିବ। ବିଜେଡି ଲକ୍ଷ୍ମୀପୁରରେ ହାରିବ, ବିଜେପି ସେଠିନିଶ୍ଚିତ ଜିତିବ ଦୃଢ୍ୟକଟି ର ସହ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।