ଶେଷରେ ଚାଷୀଙ୍କୁ ଠକିଲେ ବିଜେଡି ବିଧାୟକ!୧୩ ଲକ୍ଷ ଅଗ୍ରୀମ ଟଙ୍କା ନେଇ ଯୋଗାଇ ଦେଲେନି ଚାଷ ଉପକରଣ
Khabar Odisha:In-the-end-the-BJP-legislator-defrauded-the-farmers-of-Rs-13-lakh-and-did-not-provide-them-with-agricultural-equipment

ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡିଶା): ଶେଷରେ ଚାଷୀଙ୍କୁ ଠକିଲେ ବିଜେଡି ବିଧାୟକ । ଅଗ୍ରୀମ ଟଙ୍କା ନେଇ ହାଭେଷ୍ଟର (ଧାନକଟା ମେଶିନ) ନ ଦେବା ତଥା ଟଙ୍କା ନ ଫେରାଇବା ଘଟଣାରେ ବାଲେଶ୍ଵର ଏଡିଜେଏମ୍ କୋର୍ଟ ନିଗମାନନ୍ଦ ଆସୋସିଏଟ୍ ସଂସ୍ଥାର ପ୍ରୋପାଇଟର ତଥା ରେମୁଣା ବିଧାୟକ ସୁଧାଶୁ ଶେଖର ପରିଡ଼ାଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍ ଦେଇଛନ୍ତି । ଚାନ୍ଦିପୁର ଥାନା ଅଧୀନ ରଣସାହି ଗ୍ରାମର ତନ୍ମୟ ମହାନ୍ତିଙ୍କ ଦ୍ବାରା କରାଯାଇଥିବା ଓସିସି ନଂ.୧୩୨/୨୦୧୯ରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତନ୍ମୟ ହାର୍ଭେଷ୍ଟର କିଣିବା ଲାଗି ନିଗମାନନ୍ଦ ଆସୋସିଏଟର ପ୍ରୋପାଇଟର ବିଧାୟକ ପରିଡାଙ୍କୁ ୧୩ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେଇଥିଲେ ।  

ତେବେ ଦୀର୍ଘଦିନ ଧରି ତାଙ୍କୁ ହାଭେଷ୍ଟର ନଦେବା ଏବଂ ଟଙ୍କା ଫେରାଇବା କାରଣରୁ ସେ ପ୍ରଥମେ ଚାନ୍ଦିପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରୋପାଇଟର ପରିଡ଼ା ବିଧାୟକ ଥିବାରୁ ଚାନ୍ଦିପୁର ଥାନା ତନ୍ମୟଙ୍କ ଅଭିଯୋଗ ରଖି ନଥିଲେ । ପରେ ସେ କୋର୍ଟର ଆଶ୍ରୟ ନେଇଥିଲେ । ଏନେଇ ବାଲେଶ୍ବର ଏଡିଜେଏମ୍ କୋର୍ଟରେ ମାମଲା ରୁଜୁ କରାଯାଇଥିଲା । ପ୍ରୋପାଇଟର ପରିଡ଼ା ବିଧାୟକ ହୋଇଥିବାରୁ ତାଙ୍କୁ ବ୍ୟକ୍ତିଗତ ନୋଟିସ୍ ପାଇଁ ବାଚସ୍ପତିଙ୍କ ଅନୁମୋଦନ ପାଇଁ ଅଦାଲତ ଜଣାଇଥିଲେ । ବାଚସ୍ପତିଙ୍କ ଅନୁମୋଦନ ମିଳିବା ପରେ ଚଳିତମାସ ୧୬ତାରିଖରେ ବିଧାୟକ ପରିଡ଼ାଙ୍କୁ ବ୍ୟକ୍ତିଗତ ବାଲେଶ୍ବର ଏଡିଜେଏମ୍ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ ହୋଇଛି ।

  • Tags:

Subscribe

National International State Sports Entertainment