ଆଜି ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ | ୬୮ ଆସନରେ ୧୨ ଆଶାୟୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି | ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ | ରାଜ୍ୟରେ ମୋଟ ୭ ହଜାର ୮ଶହ ୮୪ଟି ବୁଥ୍ କରାଯାଇଛି |
ହିମାଚଳ ପ୍ରଦେଶରେ ଚାଲିଛି ତ୍ରିମୁଖୀ ଲଢେଇ | ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର | ହିମାଚଳ ପ୍ରଦେଶର ଇତିହାସ କହୁଛି କହୁଛି, ଏଠାରେ ପ୍ରତି ନିର୍ବାଚନରେ ଭୋଟର ସରକାର ପରିବର୍ତ୍ତନ କରନ୍ତି । ଅର୍ଥାତ୍ ଯେଉଁ ଦଳ କ୍ଷମତାରେ ଥାଏ, ତାକୁ ପରାଜୟର ସାମ୍ନା କରିବାକୁ ପଡିଥାଏ | ତେବେ ଏଥର ଇତିହାସ ବଦଳିବ କି ନାହିଁ ତାହା ଉପରେ କଳ୍ପନାଜଳ୍ପନା ଲାଗିରହିଛି | ତେବେ ବିଜେପି ପୁଣିଥରେ କ୍ଷମତା ହାସଲ କରିବ ବୋଲି ଆଶା ରଖିଛି |
ଅନ୍ୟପଟେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖି ନିର୍ବାଚନୀ ଇସ୍ତାହାରରେ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି | ହିମାଚଳ ପ୍ରଦେଶର ଜନାଦେଶ ଡିସେମ୍ବର 8 ତାରିଖରେ ଆସିଲେ ଇତିହାସ ବଦଳୁଛି କି ନାହିଁ ତାହା ଜଣାପଡିବା | ମାଚଳ ପ୍ରଦେଶ ନିର୍ବାଚନ କଂଗ୍ରେସ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି। ବର୍ତ୍ତମାନର ଯୁଗରେ କଂଗ୍ରେସ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ | କାରଣ ୨୪ ବର୍ଷ ପରେ ଗାନ୍ଧୀ ପରିବାର ସଦସ୍ୟ ପରିବର୍ତେ ଅନ୍ୟ ଜଣେ ଅର୍ଥାତ ମଲ୍ଲିକାର୍ଜୁନ ଖାଡଗେ ଦଳର ମୁଖିଆ ପଦ ସମ୍ଭାଳିଛନ୍ତି | ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ରାଜ୍ୟରେ ନିର୍ବାଚନୀ ପ୍ରଚାରରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି। ଏଭଳି ପରିସ୍ଥିତିରେ ଯଦି କୌଣସି ଲାଭ କିମ୍ବା କ୍ଷତି ହୁଏ, ତେବେ ଏହା ଗାନ୍ଧୀ ପରିବାରର ନୁହେଁ, ମଲ୍ଲିକାର୍ଜୁନ ଖାଡଗେ ଏବଂ କଂଗ୍ରେସ ସଂଗଠନର ଖାତାକୁ ସିଧାସଳଖ ଯିବ ବୋଲି ଆଲୋଚନା ହେଉଛି |