ପାଟନା, ଜାନୁଆରୀ ୧୮ (ଖବର ଓଡ଼ିଶା)
କ୍ୟାବିନେଟର ସମ୍ପ୍ରସାରଣ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମ ଥର ପାଇଁ ଏକ ବିବୃତ୍ତି ଦେଇଛନ୍ତି। ବିହାରରେ ଖୁବ ଶୀଘ୍ର କ୍ୟାବିନେଟର ସମ୍ପ୍ରସାରଣ କରାଯିବ ବୋଲି ନୀତୀଶ କୁମାର କହିଛନ୍ତି।
ନିକଟରେ ଶାହନାୱାଜ ହୁସେନ୍ ଏବଂ ମୁକେଶ ସାହନିଙ୍କ ନାମାଙ୍କନ ପରେ ନୀତୀଶ କୁମାର ଏହି ବିବୃତ୍ତି ଦେଇଛନ୍ତି। ବାସ୍ତବରେ ଭାରତୀୟ ଜନତା ପାର୍ଟି ଶାହନାୱାଜ ହୁସେନ୍ଙ୍କୁ ବିଧାନ ପରିଷଦ ପ୍ରାର୍ଥୀ ଭାବରେ ମନୋନୀତ କରିଥିଲେ, ସେବେଠାରୁ ରାଜ୍ୟରେ କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।