ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା । ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ଶନିବାର ସକାଳୁ ସକାଳୁ ମତଦାତାମାନେ ନିଜ ନିଜ ଅଞ୍ଚଳର ବୁଥରେ ଲମ୍ବା ଧାଡିରେ ଛିଡା ହୋଇ ଦେଉଛନ୍ତି । ଏହାରି ଭିତରେ ପଶ୍ଚିମବଙ୍ଗରେ ଭୋଟ୍ ବେଳେ ରାଜନୈତିକ କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ପୂର୍ବରୁ ଏପରି ଘଟଣା ଘଟିଥିଲାବେଳେ ସେଠାରେ ପୁଣିଥରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପଶ୍ଚିମବଙ୍ଗର ମେଦିନାପୁରରେ ଜଣେ ଟିଏମସି କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ସେଠାରେ ରାଜନୈତିକ କର୍ମକର୍ତ୍ତାଙ୍କ ଭିତରେ ସଂଘର୍ଷ ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଜଣେ ଟିଏମସି କର୍ମକର୍ତ୍ତା ଗୁରୁତର ଆହତ ହୋଇଛନ୍ତି । ନିର୍ବାଚନ ପ୍ରତିଦ୍ବନ୍ଦିତା କାରଣରୁ ଶୁକ୍ରବାର ରାତିରେ ଏସ.କେ ମୋଇବୁଲ ନାମକ ଜଣେ ଟିଏମସି କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା । ମୃତ ବ୍ୟକ୍ତି ଜଣକ ଟିଏମଇସିର ଉପାଧ୍ୟାକ୍ଷା ଥିଲେ । ପୀଡିତାଙ୍କୁ ଲୁହା ରଡ ଓ ବାଉଁଶ ହତ୍ୟା କରାଯାଇଥିବା ସୂଚନା ମିଳିଛି ।