ମୋହନ ମାଝିଙ୍କ ଗାଡି ଉପରେ ବୋମା ମାଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Dharmendra-Pradhan-sought-the-Chief-Ministers-intervention-in-the-bombing-of-Mohan-Majhis-vehicle

ଭୁବନେଶ୍ୱର, ଅକ୍ଟୋବର ୧୧(ଖବର ଓଡିଶା): ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଭାଜପା ବରିଷ୍ଠ ନେତା ମୋହନ ଚରଣ ମାଝିଙ୍କ ଉପରକୁ ରବିବାର ବୋମାମାଡ଼ ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ନିନ୍ଦା କରିଛନ୍ତି । ଏଥିସହ ସହ ଗୃହ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧର୍ମେନ୍ଦ୍ର ଟୁଇଟ୍ କରି ଦାବି କରିଛନ୍ତି ।

ପ୍ରଧାନ କହିଛନ୍ତି, “ମୁଁ ଓଡ଼ିଶା ବିଧାନସଭା ବିରୋଧୀ ମୁଖ୍ୟ ସଚେତକ ଏବଂ ଆମ ଦଳର ବରିଷ୍ଠ ନେତା ମୋହନ ଚରଣ ମାଝିଙ୍କ ଉପରେ ହୋଇଥିବା ବୋମା ଆକ୍ରମଣକୁ କଠୋର ନିନ୍ଦା କରୁଛି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମାଜିକ ତଥା ରାଜନୈତିକ ଜୀବନରେ ସକ୍ରିୟ ଥିବା ଜଣେ ଲୋକ ପ୍ରତିନିଧୀଙ୍କ ଉପରେ ଆକ୍ରମଣ ଦିନରାତି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି ଏବଂ ଘଟଣାରୁ ଏହାର ଅବନତି ସବୁ ସୂଚାଉଛି। 

ଗଣତାନ୍ତ୍ରିକ ବ୍ୟବସ୍ଥାରେ ନେତାମାନେ ଅନେକ ଥର କଠୋର ସମାଲୋଚନାର ସମ୍ମୁଖୀନ ହେଉଥିବା ଦର୍ଶାଇ ପ୍ରଧାନ ଆହୁରି ଟ୍ୱିଟ୍ କରି କହିଛନ୍ତି, “ରାଜନୀତିରେ ମତଭେଦ ସାଧାରଣ କଥା। କିନ୍ତୁ ନିର୍ବାଚିତ ଲୋକଙ୍କ ପ୍ରତିନିଧୀଙ୍କ ଉପରେ ଆକ୍ରମଣ ପ୍ରକୃତରେ ନିରାଶାଜନକ ଅଟେ । ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ସହ ଦୋଶି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।”

  • Tags:

Subscribe

National International State Sports Entertainment