ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦେବଗଡର ବିଧାନସଭା ପ୍ରାର୍ଥୀ ଘଷଣା କଲା ବିଜେଡି । ଦେବଗଡରେ ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇଛି ଦଳ । ପୂର୍ବରୁ ଦେବଗଡ ରାଣୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ତେବେ ୨୦୧୯ରେ ରୋମାଞ୍ଚ ଏହି ଆସନରୁ ବିଜେଡି ତରଫରୁ ଟିକେଟ ପାଇଥିଲେ । ଆଉ ଆଜି ପୁଣି ଥରେ ଦଳ ତାଙ୍କୁ ଟିକେଟ ଦେଇଛି ।
ଅରୁନ୍ଧତୀ ଦେବୀଙ୍କ ଟିକେଟ ବିଜେଡି କାହିଁକି କାଟିଲା ତାହା ଜଣାପଡ଼ିନି। ରୋମାଞ୍ଜ ରଞ୍ଜନ ବିଶ୍ୱାଳଙ୍କ ଗୋଷ୍ଠୀର ଜୋରଦାର ବିରୋଧ ତଥା କିଛି କିଛି ଗ୍ରାମାଞ୍ଚଳରେ ରାଣୀଙ୍କୁ ଲୋକେ ପସନ୍ଦ କରୁ ନଥିବାରୁ ତାଙ୍କ ଟିକେଟ କଟି ଥାଇପାରେ ବୋଲି କୁହାଯାଉଛି। ୨୦୧୯ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦେବଗଡ଼ ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ। ସେ ୬୭,୨୪୯ ଖଣ୍ଡ ଭୋଟ ପାଇଥିଲେ। ସେ ବିଜେପି ପ୍ରାର୍ଥୀ ତଥା ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କଠାରୁ ୫ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ ହୋଇଥିଲେ।
ଅଧିକା ପଢନ୍ତୁ: କାଶୀ ଭଳିଆ ହେବ ସମ୍ବଲପୁର : କେନ୍ଦ୍ରମନ୍ତ୍ରୀ